fbpx

ଚାକିରି ଖୋଜୁ ଖୋଜୁ ଯୁବତୀ ଦେଇ ଦେଲେ ବ୍ୟାଙ୍କା ଓ ଆଧାର ଡିଟେଲ୍, ଆକାଉଣ୍ଟରୁ ଟଙ୍କା ଖାଲି କରିଦେଲେ ସାଇବର ଲୁଟେରା

Advertisement

ଭବାନୀପାଟଣା (ଭାସ୍କର ନ୍ୟୁଜ): ଚାକିରି ଦେବା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟି ନେଲେ ଟଙ୍କା । ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଲୁଟେରାଙ୍କ ଆତଙ୍କରାଜ । ଆଖି ପିଛୁଳାକେ ଲୁଟି ନେଉଛନ୍ତି ଜୀବନ ଜାକର ସଞ୍ଚିତ ପୁଞ୍ଜି । କେତେବେଳେ ଅନଲାଇନ ସାମଗ୍ରୀ କିଣିବା ହେଉ ଅବା ଚାକିରି ଖୋଜିବା ବେଳେ ସତର୍କ ନ ରହିଲେ ଆପଣ ମଧ୍ୟ ହୋଇପାରନ୍ତି ଠକାମିର ଶିକାର । ଏଇ ଯେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ରାମନଗର ପଡ଼ାରେ ରହୁଥିବା ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଆକାଉଣ୍ଟରୁ ଗାୟବ କରିଦେଲେ ଟଙ୍କା ।

ସୂଚନା ଅନୁଯାୟୀ ସହରର ରାମନଗର ପଡାର ସମୀକ୍ଷା ବେହେରା ନିଜ ପାଠ ପଢ଼ା ସରିବା ପରେ ଅନ୍‌ଲାଇନ ମାଧ୍ୟମରେ ଚାକିରି ଖୋଜୁଥିଲେ ବିଭିନ୍ନ ୱେବସାଇଟ ମାଧ୍ୟମରେ ନିଜ ଫୋନ ନମ୍ବର ଦେଇ ରେଜିଷ୍ଟ୍ରେସନ ମଧ୍ୟ କରିଥିଲେ । ଆଉ ଏହାର ସୁଯୋଗ ନେଇ ସାଇବର ଲୁଟେରା ଅତି ଚତୁରତାର ସହ ସମୀକ୍ଷାଙ୍କୁ ଫୋନ କରି ଚାକିରି ଦେବା ବିଷୟରେ କଥା ହୋଇଥିଲେ । ପରେ ସମୀକ୍ଷାଙ୍କ ଆଧାର କାର୍ଡ ଠାରୁ ଆରମ୍ଭ କରି ସମସ୍ତ ବ୍ୟାଙ୍କ ବିବରଣୀ ନେଇ ଯିବା ପରେ ପ୍ରଥମେ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଓ ପରେ ୩୦ ହଜାର ଟଙ୍କା ଲୁଟି ନେଇ ଗଲେ ସାଇବର ଲୁଟେରା । ଏନେଇ ଯୁବତୀ ଜଣଙ୍କ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ ସାଇବର ଲୁଟେରାଙ୍କ କୌଣସି ସନ୍ଧାନ ମିଳିନାହିଁ । ସେପଟେ ଏ ସମ୍ପର୍କରେ କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକଙ୍କୁ ପଚାରିବାରୁ ଅଭିଯୁକ୍ତଙ୍କୁ ଟ୍ରାକ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.