fbpx

ଆଜିର ସମୟରେ ସାଇବର୍‍ କ୍ରାଇମ୍‍ ଏକ ବଡ଼ ଆହ୍ୱାନ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କମିଶନରେଟ୍ ପୋଲିସ୍‌ର ୧୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ ସପ୍ତମ ବାଟାଲିୟନ୍‌ଠାରେ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ଆଜିର ଯୁଗରେ ସାଇବର୍‍ କ୍ରାଇମ୍‍ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ଏହାର ମୁକାବିଲା କ୍ଷେତ୍ରରେ କମିଶନରେଟ୍‍ ପୁଲିସ୍‍ ସଫଳତାର ସହ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବା ଉଚିତ । ସେ କହିଛନ୍ତି, ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୁଲିସ୍‍ ଅଧିକ ତତ୍ପର ହେବା ଆବଶ୍ୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସହରାଂଚଳ ପୋଲିସ ଜିଲ୍ଲା ଅଧୀନସ୍ଥ ମୈତ୍ରୀ ବିହାର ଥାନା ଏବଂ ରାଜ୍ୟର ୨୩ଟି ପୋଲିସ ଜିଲ୍ଲା ଅଧିନସ୍ଥ ୩୦ଟି ନୂତନ ଥାନା ଲୋକାର୍ପଣ କରିଛନ୍ତି । ଏହାସହ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ୍ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାର ତିନୋଟି ଫାଣ୍ଡିକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍‌ରେ ଉଦ୍‍ଘାଟନ କରିଛନ୍ତି । ସେ ବ୍ରହ୍ମପୁର ପୋଲିସ ଜିଲ୍ଲାର ନିମଖଣ୍ଡି, ଗଞ୍ଜାମ ଜିଲ୍ଲାର କୋଟିନଡ଼ା, ବେଗୁନିଆପଡ଼ାକୁ ଥାନାର ମାନ୍ୟତା ପ୍ରଦାନ କରାଯାଇଛି ।

ଏହି ବର୍ଦ୍ଧିତ ଥାନା ଯୋଗୁଁ ଜନସାଧାରଣ ପ୍ରଶାସନିକ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।ସୂଚନା ଅନୁସାରେ, ଲୋକାର୍ପିତ ହୋଇଥିବା ନୂତନ ଥାନାଗୁଡ଼ିକୁ ଫାଣ୍ଡିରୁ ଥାନାରେ ରୂପାନ୍ତରିତ କରାଯାଇଥିବାବେଳେ ୩ଟି ବିଟ୍‍ ହାଉସ୍‍କୁ ଥାନାର ମାନ୍ୟତା ଦିଆଯାଇଛି ।

Get real time updates directly on you device, subscribe now.