fbpx

କୁକୁର ନୁହେଁ, ଏଣିକି ଅପରାଧୀଙ୍କୁ ଧରିବ ଅସରପା: ବୈଜ୍ଞାନିକମାନେ ପ୍ରସ୍ତୁତ କଲେ Cyborg Cockroach

ନୂଆଦିଲ୍ଲୀ: ସାଧାରଣ ଭାବେ ଅପରାଧୀଙ୍କୁ ଧରିବା କାର୍ଯ୍ୟରେ ସ୍ପେଶାଲ ତାଲିମପ୍ରାପ୍ତ କୁକୁରମାନଙ୍କୁ ନିୟୋଜିତ କରାଯାଇଥାଏ । ତେବେ ଏଣିକି କୁକୁର ନୁହେଁ, ଅସରପାମାନେ ଅପରାଧୀଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହେବେ । ଏନେଇ ବୈଜ୍ଞାନିକମାନେ ଏକ ନୂଆ ଟେକନିକ୍ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାଇବର୍ଗ ଅସରପାର ବ୍ୟବହାର ସର୍ଭିଲାନ୍ସ ମିଶନ, ସର୍ଚ୍ଚ ମିଶନ ଓ ଅନ୍ୟ ସ୍ଥାନରେ କରାଯାଇପାରିବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି । ଏହି କାରଣରୁ ଜନସାଧାରଣଙ୍କ ଲାଇଫ୍ ଷ୍ଟାଇଲ ମଧ୍ୟ ବଦଳୁଛି । ଦୀର୍ଘ ସମୟ ଧରି ମଶୀନ ଓ ଅର୍ଗାନିଜମର ଇଣ୍ଟିଗ୍ରେସନକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ନିକଟରେ ବୈଜ୍ଞାନିକମାନେ ଇଣ୍ଟରମିକ୍ସ ମାଧ୍ୟମରେ ଏକ ଛୋଟ ଭର୍ସନର ସାଇବର୍ଗସ ଇନସେକ୍ଟ ପ୍ରସ୍ତୁତ କରିଛନ୍ତି । ଏହି ସାଇବର୍ଗସକୁ ଅର୍ବନ ସର୍ଚ୍ଚ ଓ ରେସକ୍ୟୁରେ ଉପଯୋଗ କରାଯାଇ ପାରିବ । ଏହି ନୂଆ ଟେକ୍ନୋଲୋଜିର ବ୍ୟବହାର ପ୍ରାଥମିକ ଷ୍ଟେଜରେ ପହଞ୍ଚିଛି ।

ଏହାକୁ ୟୁନିକ ମଶୀନରୁ ପରିବେଶ ସହିତ ମନିଟରିଂ କରାଯାଇ ପାରିବ । ଏଥିସହ ମୁଭମେଣ୍ଟସକୁ ମଧ୍ୟ ଟ୍ରାକ କରାଯାଇ ପାରିବ । ସାଇବର୍ଗର ସହାୟତାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୋର୍ଡିନେଟିଂ ରେସକ୍ୟୁ ଓ ସର୍ଚ୍ଚ ମିଶନ କାର୍ଯ୍ୟ କରାଯାଇପାରିବ । ବୈଜ୍ଞାନିକମାନେ ଏହାର ଉପଯୋଗିତାକୁ ୱେୟାରଲେସ ଲୋକୋମୋଶନ କଣ୍ଟ୍ରୋଲକୁ ରିଚାର୍ଜ କରି ଦେଖିଛନ୍ତି । ସେଣ୍ଟର ଫର ଏମର୍ଜମେଣ୍ଟ ମ୍ୟାଟର ସାଇନ୍ସର ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି ।

Get real time updates directly on you device, subscribe now.