ୟୁକ୍ରେନ ଉପରେ ସାଇବର ଆଟାକ୍‌: ସରକାରୀ ୱେବ୍‌ସାଇଟ୍‌ ଓ ବ୍ୟାଙ୍କ୍‌ ସେବା ପ୍ରଭାବିତ

ୟୁକ୍ରେନ୍‌: ୟୁକ୍ରେନ ଉପରେ ସାଇବର ଆଟାକ୍‌ ହେବା ଫଳରେ ସେଠାକାର ସରକାରୀ ୱେବ୍‌ସାଇଟ୍‌ ଓ ବ୍ୟାଙ୍କ୍‌ ସେବା ବ୍ୟାପକ ପ୍ରଭାବିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ସମେତ ୟୁକ୍ରେନ୍‌ର ଦୁଇଟି ବୃହତ୍‌ ରାଷ୍ଟ୍ରାୟତ ବ୍ୟାଙ୍କ୍‌ର ୱେବସାଇଟ ଅଚଳ ହୋଇଯାଇଛି । ଏହା ସହ ୟୁକ୍ରେନର ୧୦ଟି ପ୍ରମୁଖ ୱେବ୍‌ସାଇଟ୍‌ ମଧ୍ୟ ବନ୍ଦ ହୋଇଯାଇଛି । ୟୁକ୍ରେନ୍‌ର ସର୍ବବୃହତ୍‌ ରାଷ୍ଟ୍ରାୟତ ବ୍ୟାଙ୍କ୍‌ ‘ପ୍ରିଭାଟ୍‌ ବ୍ୟାଙ୍କ’ ଏବଂ ‘ଏସବିଇଆର ବ୍ୟାଙ୍କ୍‌’ରେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ଏବଂ ବ୍ୟାଙ୍କ୍‌ ଆପ୍‌ରେ ସମସ୍ୟା ଦେଖାଦେଇଥିଲା । ଯାହା ଫଳରେ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏ ସଂକ୍ରାନ୍ତରେ ୟୁକ୍ରେନୀୟ ସୂଚନା ମନ୍ତ୍ରାଳୟର ‘ସେଣ୍ଟ ଫର ଷ୍ଟ୍ରାଟେଜିକ୍‌ କମ୍ୟୁନିକେସନ୍‌ସ୍‌ ଆଣ୍ଡ୍‌ ଇନ୍‌ଫର୍ମେସନ୍‌ ସିକ୍ୟୁରିଟି’ କହିଛି, ଜମାକାରୀଙ୍କ ପାଙଋି ପ୍ରତି କୈଣସି ବିଦ ନାହିଁ । ତେବେ ସୂଚନା ମନ୍ତ୍ରଣାଳୟ କହିଛି ଯେ, ମଙ୍ଗଳବାର ଦିନ ହୋଇଥିବା ସାଇବର ଆକ୍ରମଣ ଘଟଣା ରୁଷ୍‌ ଘଟାଇଥାଇ ପାରେ । ବିବୃତିରେ ଉଲ୍ଲେଖ ଅଛି ଯେ, ରୁଷ୍‌ର ସାମଗ୍ରିକ ଆକ୍ରମଣ ଯୋଜନା କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବାରୁ ସେ ଏ ଭଳି ଘଟଣା ଘଟାଇଛି । ସୂଚନାଯୋଗ୍ୟ, ଜାନୁଆରି ମଧ୍ୟ ଭାଗରେ ୟୁକ୍ରେନ୍‌ର ଏକକାଳୀନ ୭୦ଟି ସରକାରୀ ୱେବ୍‌ସାଇଟ୍‌ ଅକାମି ହୋଇଯାଇଥିଲା। ।’୨୦୧୭ରେ ନଟ୍‌ ପେତିୟ’ ଭାଇରସ୍‌ ଦ୍ୱାରା ରୁଷ୍‌ ୟୁକ୍ରେନ୍‌ ଉପରେ ଚରମ ବିପର୍ଯ୍ୟୟକାରୀ ସାଇବର ଆକ୍ରମଣ କରିଥିଲା । ଏଥିଯୋଗୁଁ ବିଶ୍ୱବ୍ୟାପୀ ୧୦ ବିଲିୟନ୍‌ ଡଲାର କ୍ଷତି ହୋଇଥିଲା । ‘ୱାଇପ’ ନାମରେ ସୁପରିଚିତ ‘ରାନ୍‌ସମ୍‌ୱେର୍’ ଭାଇରସ୍‌ ସମଗ୍ର ନେଟ୍‌ୱାର୍କକୁ ନଷ୍ଟ କରି ଦେଇଥିଲା ।