fbpx

ବିଜୁ ଜୟନ୍ତୀରେ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର, ୩ା୩ (ଓଡିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ସାଇକେଲ ଶୋଭାଯାତ୍ରା କରାଯିବ । ଆସନ୍ତା ମାର୍ଚ୍ଚ ମାସ ୫ ତାରିଖ ବିଜୁବାବୁଙ୍କ ଜନ୍ମବାର୍ଷିକୀ ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ଏହି ରାଲି କରାଯିବ । ଏନେଇ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏକ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କଟକର ଆନନ୍ଦଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା କରାଯିବ । ଏହି ଶୋଭାଯାତ୍ରା ସକାଳ ୬ଟାରୁ ଆରମ୍ଭ ହେବ । ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ ମାସ ୧୭ ତାରିଖ ପର୍ଯ୍ୟନ୍ତ ‘ମୋ ପରିବାର-ଜୀବନ ବୀନ୍ଦୁ’ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.