fbpx

ଗୋପାଳପୁରଠାରୁ ୪୭୦ କିମି ଦୂରରେ ବାତ୍ୟା; SRCଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ । ବାତ୍ୟାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ‘ବାତ୍ୟା ଗୋପାଳପୁରଠାରୁ ୩୭୦ କିମି ଓ ପାରାଦୀପଠାରୁ ୫୮୦ କିମି ନୂରରେ ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୨ କିମି ବେଗରେ ମାଡ଼ିଆସୁଛି ବାତ୍ୟା । କାଲି ରି-କର୍ଭ କରି ୫ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ ବାତ୍ୟା । ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ କି ନାହିଁ, ତାହା ଏଯାଏଁ ଆଇଏମଡି ସ୍ପଷ୍ଟ କରିନି ।’

ବାତ୍ୟା ଯଦି ସ୍ଥଳଭାଗ ଛୁଏଁ, ତେବେ ତାହା ଅଳ୍ପ ଛୁଇଁ ପୁଣି ସମୁଦ୍ର ମଧ୍ୟକୁ ଚାଲିଯିବ । ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନ ୮୦ରୁ ୯୦୫ କିମି ବେଗରେ ବହିବ । ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ସମୁଦ୍ରରେ ଥିବା ସମସ୍ତ ୨୨, ୭୦୦ ମାଛଧରା ବୋଟ୍ ଫେରିଆସିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀକୁ ଆଜି ଆସିବାକୁ ଲୋକେ ରାଜି ହେଉନାହାନ୍ତିି । କାଲି ତଳି ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ଅଞ୍ଚଳରେ କାମ କରୁଥିବା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ରବିବାର ସବୁ ଅଫିସ ଖୋଲା ରହିବ ଓ ଷ୍ଟାଫମାନେ କାମ କରିବେ । ଅତି ଆବଶ୍ୟକ ହେଲେ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଛୁଟି ନେବେ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.