fbpx

ପଶ୍ଚିମବଙ୍ଗରେ ‘ୟଶ୍’ ତାଣ୍ଡବ: ୧ କୋଟି ଲୋକ ପ୍ରଭାବିତ, ୩ ଲକ୍ଷ ଘର କ୍ଷତିଗ୍ରସ୍ତ

ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisement

କୋଲକାତା (ଓଡ଼ିଶା ଭାସ୍କର) : ଓଡିଶା ପରେ ସାମୁଦ୍ରିକ ଝଡ ୟଶ୍‌ ପଶ୍ଚିମବଙ୍ଗରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ବାତ୍ୟାର କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସୂଚନା ଦେଇଛନ୍ତି । ସେ କହିଛନ୍ତି, ୟାସ୍‌ରେ ରାଜ୍ୟରେ ଅତି କମରେ ଏକ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତିନି ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା କାରଣରୁ ସମୁଦ୍ରରେ ଆସିଥିବା ଉଚ୍ଚ ଜୁଆରରେ ପୂର୍ବ ମେଦିନିୁର, ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅଧିକ ପ୍ରଭାବିତହୋଇଛି ।

ଶୁକ୍ରବାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବି ବୋଲି ମମତା କହିଛନ୍ତି । ପ୍ରଭାବିତ ଅଞ୍ଚଳକୁ ଏକ କୋଟି ଟଙ୍କାର ରିଲିଫ ସାମଗ୍ରୀ ପଠାଯାଇଥିବା ସେ କହିଛନ୍ତି । ବାତ୍ୟା ୟଶ୍‌ କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ପୂର୍ବ ମେଦିନିୁର ଓ ଦକ୍ଷିଣ ୨୪ ପ୍ରଗଣାର ଅନେକ ଅଞ୍ଚଳ ଜଳବନ୍ଦୀ ରହିଛି। ଉଚ୍ଚ ଜୁଆରରେ ଅନେକ ଯାନ ବାହାନ ଭାସୁଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିଛି ।

Get real time updates directly on you device, subscribe now.