fbpx
BSKY SKY
BSKY SKY

ଶେଷରେ ଧରାପଡିଲା PNB ଦୁର୍ନୀତି ମାମଲାର ଅଭିଯୁକ୍ତ ମେହୁଲ୍‌ ଚୋକ୍ସି, ଡୋମିନିକାରୁ ସିଧା ଫେରିବ ଭାରତ !

BSKY

ନୂଆଦିଲ୍ଲୀ : ପଂଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବି ଦୁର୍ନୀତି ମାମଲାର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଶେଷରେ ଧରାପଡିଛି । ଆଣ୍ଟିଗୁଆ ମିଡିଆରେ ବୁଧବାର ଦିନ ନେଇ ଦାବି କରାଯାଇଛି । ସୂଚନା ମୁତାବକ, ଚୋକ୍ସି ଡୋମିନିକାରୁ କ୍ୟୁବା ଫସିଯିବାକୁ ଯାଉଥିବା ବେଳେ ତାକୁ ଗିରଫ କରାଯାଇଛି । ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ସୂଚିତ କରିଛନ୍ତି ଯେ, ତାକୁ ସିଧାସଳଖ ଭାରତ ପଠାଯାଇପାରେ । ସେ କହିଛନ୍ତି ଯେ, ‘ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିବାକୁ ନେଇ ଚୋକ୍ସି ଉପରେ କାର୍ଯ୍ୟାନୁଷ୍ଠାନ ହେବା ସହ ତାକୁ ସିଧାସଳଖ ଭାରତ ପଠାଯାଉ ।’

ତେବେ ଡୋମିନିକାର କ୍ରାଇମ୍ ଇନଭେଷ୍ଟିଗେସନ୍ ସଂସ୍ଥା ତାକୁ ଗିରଫ କରିଛି । କିଛି ଦିନ ତଳୁ ମେହୁଲ ଚୋକ୍ସି, ଆଂଟିଗୁଆରୁ ନିଖୋଜ ହୋଇ ଯାଇଥିଲା । ଶେଷରେ ଡୋମିନିକାରେ ମେହୁଲ ଚୋକ୍ସିକୁ ଗିରଫ କରଯାଇଛି । ପ୍ରାୟ ୧୨ ହଜାର କୋଟି ଟଙ୍କାର ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ମେହୁଲ ଚୋକ୍ସି ଅନ୍ୟତମ ଅଭିଯୁକ୍ତ ।

ସୂଚନା ମିଳିଛି ଯେ ଦୁଇ ଦିନ ପୂର୍ବରୁ ମେହୁଲ ଚୋକ୍ସି ଆଣ୍ଟିଗୁଆରେ ଥିବା ନିଜ ଘରୁ ରାତ୍ରି ଭୋଜନ କରିବା ଲାଗି ଏକ ରେସ୍ତୋରାଁ ଯାଇଥିଲା, କିନ୍ତୁ ଆଉ ଘରକୁ ଫେରିନଥିଲା । ଘର ଲୋକ ପୁଲିସରେ ଖବର ଦେବା ପରେ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗାଡ଼ି ମିଳିଥିଲା ବି , କିନ୍ତୁ ମେହୁଲ ଚୋକ୍ସିର ପତ୍ତା ମିଳିନଥିଲା । ସେ କ୍ୟୁବା ଚାଲି ଯାଇଥିବା ସନ୍ଦେହ କରାଯାଉଥିଲା।

Get real time updates directly on you device, subscribe now.