fbpx

ସୃଷ୍ଟି ହେଲା ଲଘୁଚାପ, ପାଖେଇ ଆସୁଛି ବିପଦ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ଲଘୁଚାପ । ବାତ୍ୟାର ରୂପ ନେବା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଅତିପ୍ରବଳ ବାତ୍ୟା ଆକାରରେ ଉପକୂଳ ମୂହାଁଇବ ବାତ୍ୟା ‘ୟଶ୍’ । ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ ‘ୟଶ୍’ ।

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ଉତ୍ତର-ଆଣ୍ଡାମାନ କ୍ଷେତ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ରବିବାର ଅବପାତର ରୂପ ନେଇ ୨୪ରେ ବାତ୍ୟାର ରୂପ ନେବ । ତେଣୁ ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । ସେହିପରି କୃଷକଙ୍କୁ ସେମାନଙ୍କର ଅମଳକୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ୧୭ ଏନଡିଆରଏଫ ଟିମ୍, ୨୦ ଓଡ୍ରାଫ ଟିମ୍, ୧୫୦ ଫାୟାର ଟିମ୍ ପ୍ରସ୍ତୁତ ଥିବା ନେଇ ସେ ସୂଚନା ଦେଇଛନ୍ତି । ସେମାନଙ୍କୁ ରବିବାର ବିଭିନ୍ନ ଜିଲ୍ଲାକୁ ପଠାଯିବ ।

ଅନ୍ୟପକ୍ଷରେ ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣ ସାମୟିକ ଭାବେ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି କୋଭିଡ୍ କେୟାର୍ ସେଣ୍ଟରଗୁଡ଼ିକରେ ଜରୁରି ସାମଗ୍ରୀ ଏବଂ ବିଦ୍ୟୁତ୍ ର ବିକଳ୍ପ ବ୍ୟବସ୍ଥା କରାଯିବାକୁ ଉଦ୍ୟମ ଚାଲିଛି । ଯେଭଳି ବାତ୍ୟା ଯୋଗୁଁ କେହି ସମସ୍ୟାରେ ନପଡ଼ନ୍ତି, ସେଭଳି ଯୋଜନା କରାଯାଉଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.