fbpx

ଡବ୍ଲୁଏଚଓର ଅନୁମୋଦିତ ତାଲିକାରେ ନାହିଁ କୋଭାକ୍ସିନ୍

ନୂଆଦିଲ୍ଲୀ : ସାରାବିଶ୍ୱରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ବିଶେଷ କରି ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତରେ ସଂକ୍ରମଣ ହାର ଅଧିକ ରହିଛି । ତେଣୁ ବିଭିନ୍ନ ଦେଶ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ସଂକ୍ରମଣ ହାର କମାଇବା ପାଇଁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏଥିସହିତ ବିଭିନ୍ନ ଦେଶ ଟିକା ପ୍ରସ୍ତୁତି ଜାରି ରଖିଛନ୍ତି । ଏହି ସମୟରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ଦ୍ୱନ୍ଦ୍ୱ ବଢ଼ିଯାଇଛି । କାରଣ ଭାରତ ପ୍ରସ୍ତୁତ କୋଭାକ୍ସିନ୍ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଦେଇନଥିବା ଜଣାପଡ଼ିଛି ।

ସୂଚନା ଯେ, ଯେଉଁ ଦେଶଗୁଡ଼ିକ ବିଦେଶ ଯାତ୍ରାକୁ ଅନୁମୋଦନ ଦେଇଛନ୍ତି ସେମାନେ କେବଳ ଡବ୍ଲୁଏଚଓ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଟିକାକୁ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ମଞ୍ଜୁରୀ ଦେଇଛନ୍ତି । ଡବ୍ଲୁଏଚଓ ପକ୍ଷରୁ ତାଲିକାଭୁକ୍ତ ହୋଇଥିବା ଟିକାଗୁଡ଼ିକ ହେଲା ମଡର୍ଣ୍ଣା, ଫାଇଜର୍, ଆଷ୍ଟ୍ରାଜେନିକା, ଜାନସେନ୍, ସିନୋଫାର୍ମ ଏବଂ କୋଭିସିଲ୍ଡ। ହେଲେ ଏଥିରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ କାହିଁକି ଅନୁମୋଦନ ଦିଆଯାଇନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

 

Get real time updates directly on you device, subscribe now.