fbpx

ଦେଶରେ ଅଗଷ୍ଟ ମାସରୁ ଆରମ୍ଭ ହେବ ସ୍ଫୁଟନିକ୍-ଭି ଟିକାର ଉତ୍ପାଦନ

ନୂଆଦିଲ୍ଲୀ : ଭାରତରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଋଷିଆନ୍ ଟିକା ସ୍ଫୁଟନିକ୍-ଭି ଉତ୍ପାଦନ । ଦେଶରେ ଚଳିତ ବର୍ଷ ଅଗଷ୍ଟ ମାସଠାରୁ ଋଷିଆନ୍ ଟିକା ସ୍ଫୁଟନିକ୍-ଭି ଉତ୍ପାଦନ ଆରମ୍ଭ ହୋଇଯିବ । ୠଷର ଭାରତୀୟ ରାଜଦୂତ ଡି.ଭି ଭେଙ୍କଟେଶ୍ ବର୍ମା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେପ୍ଟେମ୍ବର ରୁ ଅକ୍ଟୋବର୍ ବେଳକୁ ଭାରତରେ ସ୍ଫୁଟନିକ୍-ଭିର ୮୫ କୋଟି ଡୋଜ୍ ପ୍ରଡକ୍ସନ୍ ହୋଇଯିବ । ଭାରତରେ ସ୍ଫୁଟନିକ୍-ଭି ଟିକା ୬୫ ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଉତ୍ପାଦନ ହେବ । ସେହିପରି ଭାରତର ସମସ୍ତ ନାଗରିକଙ୍କୁ ଟିକା ଦିଆଯିବା ବରେ ଏବଂ ଭାରତରେ ଦେଖାଦେଇଥିବା ଟିକାର ଅଭାବ ମେଣ୍ଟିବା ପରେ ଏହି ଟିକାକୁ ଭାରତ ବାହାରକୁ ମଧ୍ୟ ପଠାଯିବ ବୋଲି ସେ କହିଛନ୍ତି ।

କୋଭିସିଲ୍ଟ, କୋଭାକ୍ସିନ୍ ଏବଂ ସ୍ଫୁଟନିକ୍-ଭି ଟିକାକୁ ଭାରତରେ ବ୍ୟବହାର କରିବାକୁ ଜରୁରୀକାଳୀନ ଅନୁମତି ପ୍ରଦାନ କରାଯାଇଛି । ଦେଶରେ କରୋନା ନିୟନ୍ତ୍ରଣକୁ ଆସୁଥିବା ବେଳେ ଏହି ଟିକା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ବର୍ତ୍ତମାନ କରୋନା ପରେ ଆଉ ଏକ ଭୁତାଣୁ ବ୍ଲାକ୍ ଫଙ୍ଗସ୍ ସରକାରଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷ ସହିତ କ୍ରମାଗତ ଭାବରେ ଆଲୋଚନା ଚଳାଇଛି ।

Get real time updates directly on you device, subscribe now.