fbpx

ବାତ୍ୟା ୟଶ୍: ପବନର ବେଗ ୧୮୫ କିମି ଛୁଇଁପାରେ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ସେହିପରି ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ ରୁ ୧୬୫ କିମି ରହିବ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ପବନର ବେଗ ବୃଦ୍ଧି ପାଇ ୧୮୫ କିମି ପର୍ଯ୍ୟନ୍ତ ଛୁଇଁପାରେ ବୋଲି କୁହାଯାଉଛି । ଏହା ଦ୍ୱାରା ବଡ ବଡ ଗଛ ଉପୁଡିପାରେ ।

ତେଣୁ ଏହାର ମୁକାବିଲା ପାଇଁ ଓଡିଶାକୁ ଆହୁରି ୧୦ଟି ଏନଡିଆରଏଫ୍ ଟିମ୍ ଆସିବେ ବୋଲି ଆଜି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦିଆଯାଇଛି । ପୂର୍ବରୁ ଓଡିଶାକୁ ୨୨ଟି ଟିମ୍ ଆସିଥିଲେ ସୁଦ୍ଧା ଆଉ ୧୦ଟି ଟିମ୍ ମାଗିଛନ୍ତି ଏସଆରସି । ତେଣୁ ଏହି ପରିପ୍ରେକ୍ଷୀରେ ଆଜି ସଂଧ୍ୟା କିମ୍ବା ରାତି ସୁଦ୍ଧା ଏୟାର୍ ଲିଫ୍ଟ କରି ଟିମ୍ ପହଞ୍ଚାଯିବ । ଓଡିଶା ପାଇଁ ମୋଟ ୩୨ଟି ଏନଡିଆରଏଫ୍ ପ୍ରସ୍ତୁତ କରାଯାଇଛି । ସେପଟେ ପଶ୍ଚିମବଙ୍ଗରେ ମଧ୍ୟ ୩୫ଟି ଟିମ୍ ସନ୍ଧ୍ୟା ସୁଦ୍ଧା ପହଞ୍ଚିଯିବେ ବୋଲି ଡିଜି କହିଛନ୍ତି ।

ସେପଟେ ବାତ୍ୟାରେ ଗତିବିଧି ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୨୬ ତାରିଖରେ ଅତି ଭୀଷଣ ବାତ୍ୟା ୟଶ୍ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ପବନର ବେଗ ୧୫୫ ରୁ ୧୬୫ କିମି ରହିବାକୁ ଥିବା ବେଳେ ସମୟ ସମୟରେ ଝଟକା ପବନର ବେଗ ୧୮୫ କିମି ଯାଏଁ ଛୁଇଁପାରେ । ଏହାର ପ୍ରଭାବରେ ୨୪ ତାରିଖ ସଂଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ । ଆଉ ୨୫ ତାରିଖ ବେଳକୁ ପବନର ବେଗ ୫୦ ରୁ ୬୦ କିମି ହୋଇଯିବ । ୨୬ ତାରିଖ ସକାଳୁ ୯୦ ରୁ ୧୦୦ କିମି ବେଗରେ ପବନ ହେବ । ବିଶେଷ କରି ଉତ୍ତର ଓଡିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷିବ । କିଛି କିଛି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପବନର ବେଗ ଯେଉଁଭଳି ଭାବରେ ଆକଳନ ହୋଇଛି ସେଥିରେ ବଡ ବଡ ଗଛ ଉପୁଡିପାରେ । ଆଜବେଷ୍ଟସ୍, ଟିଣ, କଚ୍ଚା ଘର ଭାଙ୍ଗିବାର ସମ୍ଭାବନା ରହିଛି । ଏଥିସହ ବିଦ୍ୟୁତ୍ ଖୁଣ୍ଟ ଉପୁଡି କ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଇଛି ।

Get real time updates directly on you device, subscribe now.