fbpx

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପ ନେବ ‘ଶାହିନ୍‌’, ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡ଼ି ଆସୁଛି….

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶୁକ୍ରବାର ଘୂର୍ଣ୍ଣିବାତ୍ୟା ‘ଶାହିନ୍‌’ରେ ପରିଣତ ହୋଇଥିଲା।  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରୀ ଘନିଭୂତ ହୋଇ ଭେରିସିବିୟର ସାଇକ୍ଲୋନିକ ସର୍କଲରେ ପରିଣତ ହେବ ।ଏହା ଉପକୂଳରୁ ଦୂରେଇଯାଉଥିବା ଭାରତୀୟ ପାଣିାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଲଙ୍କ ଅନୁସାରେ ଏହା ଏବେ ଘଣ୍ଟାପ୍ରତି ୨୦ କି.ମିର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆରବ ସାଗର ମଝିରେ ପହଞ୍ଚିସାରିଲାଣି । ‘ଶାହିନ୍‌’ ଯୋଗୁଁ ଭାରତୀୟ ତଟ ପ୍ରତି ସେପରି କୌଣସି ବିଦର ଆଶଙ୍କା ନଥିବା ଏବେ ଆଇଏମଡି ଆକଳନ କରୁଥିବା ବେଳେ ଏହା ଦକ୍ଷିଣ ପାକିସ୍ତାନର ମାକରନ ଉପକୂଳ ଆଡକୁ ମୁହାଁଇଛି । ଆଗାମୀ ୩୬ ଘଣ୍ଟାରେ ଏହା ଆହୁରୀ ଶକ୍ତିଶାଳୀ ହୋଇ ଉପକୂଳରେ ମାଡ ହେବ । ଆଇଏମଡିଙ୍କ ଅନୁସାରେ ଆଗାମୀ ୧୨ ଘଣ୍ଟାରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଯାହା ଓମାନ ଉପସାଗରରେ ପ୍ରବେଶ କରିବା ସହ ଓମାନ ଉପକୂଳରେ ପହଞ୍ଚିବ । ଓମାନ ପହଞ୍ଚିବା ବେଳକୁ ଏହା ଦୁର୍ବଳ ହୋଇସାରିଥିବ ବୋଲି ଆଇଏମଡି ଆକଳନ କରୁଛନ୍ତି ।

ଶାହିନ୍ ପ୍ରଭାବରେ ଗୁଜୁରାଟ, ଦାମନ, ଡିୟୁ, ଦାଦରନଗର ହାବେଲିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହେବା ସମ୍ଭାବନା ରହିଛି।

Get real time updates directly on you device, subscribe now.