fbpx

ସିଲିଣ୍ଡର ମିଳିବ ଶସ୍ତାରେ! ଗ୍ରାହକଙ୍କ ପାଇଁ ଗ୍ୟାସ ଦର ଉପରେ ସରକାର ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ଦେଶରେ ବୃଦ୍ଧି ପାଉଥିବା ଗ୍ୟାସ ଦରକୁ କମ୍ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ବର୍ତ୍ତମାନ ଦେଶବ୍ୟାପୀ ନୂଆ ଗ୍ୟାସ ନିର୍ଦ୍ଧାରଣର ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି ସରକାରୀ ତେଲ କମ୍ପାନୀ । ଏହାଦ୍ୱାରା ସାଧାରଣ ଜନତାଙ୍କୁ ଖୁବ ଆଶ୍ୱସ୍ତି ମିଳିପାରିବ । ଏହାସହିତ ଗ୍ୟାସ ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିବ । ଦେଶରେ ନୂଆ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରୁ ଓଏନଜିସି ଏବଂ ଅଏଲ ଇଣ୍ଡିଆ ଲିମିଟେଡ ଭଳି ଗ୍ୟାସ କମ୍ପାନୀର ଆୟ ମଧ୍ୟ କମ୍ ହେବ । ଏ ନେଇ ଶୁକ୍ରବାର ଦିନ ଏସଏଣ୍ଡପି ରେଟିଙ୍ଗ ଦ୍ୱାରା ସୂଚନା ପ୍ରକାଶ ପାଇଛି ।

ନୂତନ ନିୟମ କଠିନ କ୍ଷେତ୍ରରୁ ଉତ୍ପାଦିତ ଗ୍ୟାସର ମୂଲ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପରି କମ୍ପାନୀଗୁଡିକ ଏହି କ୍ଷେତ୍ରରେ କାର୍ଯ୍ୟ କରନ୍ତି । ଗତ ଏପ୍ରିଲ ୬ ତାରିଖରେ ନୂଆ ନିର୍ଦ୍ଦେଶ ଘୋଷଣା କରିଥିଲେ । ଏହାଦ୍ୱାରା ସରକାର ଘରୋଇ ସ୍ତରରେ ଉତ୍ପାଦିତ ଗ୍ୟାସର ମୂଲ୍ୟ ମାସିକ ଅଧାରରେ ନିର୍ଦ୍ଧାରଣ କରିବେ । ଏହି ମୂଲ୍ୟ ଗତ ମାସର ଭାରତୀୟ କ୍ରୁଡ ବାସ୍କେଟ ମୂଲ୍ୟର ୧୦ ପ୍ରତିଶତ ରହିବ । ସରକାର ମଧ୍ୟ ୪ ଆମେରିକୀୟ ଡଲାର ପ୍ରତି ୧୦ ଲକ୍ଷ ବ୍ରିଟିଶ ଥର୍ମାଲ ୟୁନିଟର ନିମ୍ନସ୍ତର ଏବଂ ୬.୫ ଡଲାର ପ୍ରତି ୟୁନିଟର ସର୍ବୋଚ୍ଚ ସ୍ତର ଦାର୍ଯ୍ୟ କରିଛନ୍ତି ।

ଏସଆଣ୍ଡପି ଗ୍ଲୋବାଲ ରେଟିଂର କ୍ରେଡିଟ ଆନାଲିଷ୍ଟ ଶ୍ରୁତି ଜାଟାକିଆ କହିଛନ୍ତି ଯେ, ନୂତନ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ନିୟମ ଅଧିକ ଦ୍ରୁତ ମୂଲ୍ୟରେ ସଂଶୋଧନ କରିବ ବୋଲି ଆଶା କରାଯାଉଛି । ଏହାପୂର୍ବରୁ ୬ ମାସରେ ଥରେ ଏହି ମୂଲ୍ୟର ସମୀକ୍ଷା କରା ଯାଉଥିଲା ।

Get real time updates directly on you device, subscribe now.