ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୁନ୍ଦର ନଗରୀ ଅଞ୍ଚଳରେ ଶନିବାର ଦ୍ୱିପ୍ରହରରେ ଏକ ଗୋଦାମରେ ସିଏଜନି ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା।
ଏହି କାରଣରୁ ତିନି ଜଣ ନାବାଳକ ଭାଇଙ୍କ ସମେତ ଚାରିଜଣ ଲୋକେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଏହି ବିସ୍ଫୋରଣ ଅପରାହ୍ଣ ୪ଟା ସୁଦ୍ଧା ହୋଇଥିଲା।
ଡିଏଫଏସର ଅଧିକାରୀ କହିଛନ୍ତି ଯେ, ଜଳିଯାଇଥିବା ଲୋକଙ୍କ ପରିଚୟ ସାକିବ(୭), ଅବାସ(୯), ରାଜା (୩) ଏବଂ ଅରଶଦ(୨୨) ଭାବେ ହୋଇଛି। ତିନିଜଣ ପିଲା ଅଫସାର ନାମକ ଜଣେ ବ୍ୟକ୍ତିଙ୍କ ପୁଅ।
ପୋଲିସ କହିଛି ଯେ, ସାକିବ ୯୦ ପ୍ରତିଶତ, ଅବାସ ଏବଂ ରାଜା ୮୫ ପ୍ରତିଶତ ତଥା ଅରଶଦ ୭୦ ପ୍ରତିଶତ ପର୍ଯ୍ୟନ୍ତ ଜଳିଯାଇଥିଲେ। ଅଧିକାରୀ କହିଛନ୍ତି ଯେ, ଏହି ଦୁର୍ଘଟଣା ସମୟରେ ଅରଶଦ ଗୋଦାମ ଭିତରେ କାମ କରୁଥିଲେ। ବିସ୍ଫୋରଣର ସୂଚନା ମିଳିବା ପରେ ଦମକଳର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।