fbpx

ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଲା, ଏହି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ: ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଗୁଜୁରାଟରେ କ୍ଷମତାସୀନ ବିଜେପି ସରକାର ଏହି ପଦକ୍ଷେପ ନେଇଛନ୍ତି । ସପ୍ତମ ବେତନ କମିଶନର ଲାଭ ଉଠାଉଥିବା ଲୋକମାନେ ଏହି ଘୋଷଣା ଦ୍ୱାରା ଉପକୃତ ହେବେ । ଗତ ବର୍ଷ ଜୁଲାଇ ୧ ତାରିଖରୁ ସରକାରୀ କମର୍ଚାରୀ ଓ ପେନସନଭୋଗୀଙ୍କୁ ବୃର୍ଦ୍ଧିତ ଡିଏ ମିଳିବ ।

ମେ ମାସ ୧ ତାରିଖରେ ଗୁଜରାଟ ଓ ମହାରାଷ୍ଟ୍ର ଦୁଇ ରାଜ୍ୟ ଗଠନ ହୋଇଥିବା ବେଳେ ମେ ପହିଲାରେ ରାଜ୍ୟବାସୀଙ୍କୁ ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ରାଜ୍ୟବାସୀଙ୍କୁ ବଧାଇ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣାର ବେନିଫିଟ୍ ୯.୩୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉଠାଇବାକୁ ସକ୍ଷମ ହେବେ ।

ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସମସ୍ତ କର୍ମଚାରୀଙ୍କୁ ଗତ ୧୦ ମାସର ଏରିଅର ମିଳିବ । ସମସ୍ତ ଡିଏ ଏରିଅର ଲାଭାର୍ଥୀମାନଙ୍କୁ ଦୁଇଟି କିସ୍ତିରେ ପ୍ରଦାନ କରାଯିବ । ପ୍ରଥମ ପାଞ୍ଚ ମାସର ଏରିଅର ପ୍ରଥମ କିସ୍ତିରେ ଚଳିତ ମେ ମାସର ସାଲାରୀ ସହ ପେନସନ ମିଶିକରି ଆସିବ । ଅବଶିଷ୍ଟ ପାଞ୍ଚ ମାସର ଏରିଅର ଦ୍ୱିତୀୟ କିସ୍ତିରେ ଆସନ୍ତା ଜୁନ ମାସରେ ସାଲାରିରେ ଆସିବ । ଏପରି ଭାବେ ମେ ଓ ଜୁନ ମାସରେ କର୍ମଚାରୀ ଓ ପେନସନଭୋଗୀଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ମିଳିବ ।

Get real time updates directly on you device, subscribe now.