ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିଲା ଉପହାର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିପାରନ୍ତି କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି କରାଯିବ । ବର୍ତ୍ତମାନ ଡିଏ ୪୨ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୩ ପ୍ରତିଶତ ବୃଦ୍ଧି ସହିତ ଡିଏ ଏବଂ ଡିଆରକୁ ୪୫ ପ୍ରତିଶତକୁ ବୃଦ୍ଧି କରାଯିବ, ଯାହା ଜୁଲାଇ ୧, ୨୦୨୪ରୁ କାର୍ଯ୍ୟକାରୀ ହେବ ।

୨୦୨୪ ଜୁଲାଇ ପହିଲାରୁ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଗତବର୍ଷ ମାର୍ଚ୍ଚ ୨୪ତାରିଖରେ କେନ୍ଦ୍ର ସରକାର ୪ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ। କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଡିଏରେ ତିନି ମାସର ବକେୟା ଦରମା ପାଇବେ। ଛତିଶଗଡ଼ ରାଜ୍ୟ ସରକାର ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ୪% ବୃଦ୍ଧି ଘୋଷଣା କରିଛନ୍ତି ।

ଡିଏରେ ୩ ପ୍ରତିଶତ ବୃଦ୍ଧି ର ଅର୍ଥ ହେଉଛି ଯଦି କୌଣସି କର୍ମଚାରୀଙ୍କ ମୂଳ ଦରମା ୧୮,୦୦୦ ଟଙ୍କା, ତେବେ ତାଙ୍କ ଦରମା ମାସିକ ୫୪୦ ଟଙ୍କା ବୃଦ୍ଧି ପାଇବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧ କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

Get real time updates directly on you device, subscribe now.