fbpx

ସୋସିଆଲ ମିଡିଆରେ ଭାଇରାଲ ହେଲା ବାପାଙ୍କର ହାତ ଲେଖା Motivational Quotes

ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ଇଣ୍ଟରନେଟ ଦୂନିଆ ଭିତରେ ରହି ନିଜର ଦୁନିଆ ଭୁଲି ଯାଉଛନ୍ତି । ସେମାନଙ୍କ ଅନ୍ୟ ଲୋକମାନଙ୍କ ସହ ସେତେ ପରିମାଣର ସମ୍ପର୍କ ମଧ୍ୟ ରହୁ ନାହିଁ । ତେବେ ଗୋଟିଏ ପରିବାରରେ ମଧ୍ୟ କ’ଣ ଘଟୁଛି ତାହା ଲୋକମାନେ ଜାଣି ପାରୁ ନାହାନ୍ତି । କିଛି ଖାସ ଦିନରେ ମଧ୍ୟ ଲୋକମାନେ ସେମାନଙ୍କୁ ସୋସିଆଲ ମିଡିଆରେ ଫଟୋ ଭିଡିଓ ସେୟାର କରି ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଯଦି ଆପଣଙ୍କ ପାଖରେ ସ୍ମାଟ ଫୋନ ଅଛି ଏବଂ ଆପଣ ତାହାକୁ ଚଲାଇବା ଜାଣିଛନ୍ତି ତେବେ ଆପଣ ନିଜ ବନ୍ଧୁ ଏବଂ ପରିବାର ଲୋକମାନଙ୍କୁ ଦୁନିଆର କୌଣସି ସ୍ଥାନରେ ଥିଲେ ମଧ୍ୟ ଅଭିନନ୍ଦ ଜଣାଇାରିବେ । ଆଜି କାଲି ଇଣ୍ଟରନେଟରେ ଏହି ସବୁକୁ ନେଇ ବହୁ ସଂଖ୍ୟାରେ ୱେବସାଇଟ୍ ମଧ୍ୟ ଖୋଲିଛି । ଯାହା ଦ୍ୱାରା ଲୋକମାନେ ସେଗୁଡିକୁ କିଛି କ୍ଷଣରେ ଡାଉନଲୋଡ କରୁଛନ୍ତି ଏବଂ ପରେ ଅନ୍ୟ ଜଣେ ଲୋକକୁ ପଠାଉଛନ୍ତି । ଏହା ଅନେକ ଲୋକ କାଗଜ କଲମକୁ ମଧ୍ୟ ଭୁଲି ଗଲେଣି ।

ଏହି ଦୁନିଆରେ ଏପରି ମଧ୍ୟ ଲୋକମାନେ ଅଛନ୍ତି ଯେଉଁମାନେ ସ୍କାର୍ଟ ଫୋନର ବ୍ୟବହାର ଜାଣି ନାହାନ୍ତି । ତାଙ୍କ ।ଇଁ ଆଜି ମଧ୍ୟ କାଗଜ କଲମ ମହତ୍ୱୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଦେଖିବାକୁ ଗଲେ ଅନେକ ଲୋକମାନଙ୍କର ପିତାମାତା ହୁଅନ୍ତୁ ବା ଜେଜେ ଜେଜେମା ସେମାନେ ସ୍ମାର୍ଟ ଫୋନର ବ୍ୟବହାର ଜାଣି ନାହାନ୍ତି । ଏହି ପରି କ୍ଷେତ୍ରରେ ଜଣେ ଝିଅ ତାର ବ।।ର ଚିଠିକୁ ଟ୍ୱିଟରେ ସେୟାର କରିଥିଲା । ଯାହା ଇଣ୍ଟରନେଟ ବ୍ୟବହାରୀ କାରୀଙ୍କ ମନ ଜିତିଥିଲା ।

ସେହି ଝିଅ ଜଣକ ସେୟାର କରିଥିବା ଫଟେରେ ଦେଖିବାକୁ ମିଳିଥିଲା କାଗଜ କଲମରେ ଲେଖା ହୋଇଥିବା ହାତ ଲେଖା ଚିଠି । କେଉଁଥିରେ ଲେଖା ହୋଇଥିଲା ‘ ଜଣେ ମଣିଷର ସବୁଠାରୁ ଭଲ ସାଙ୍ଗ ହେଉଛି ତାହାର ଶରୀର ବା ସ୍ୱାସ୍ଥ୍ୟ, ଯଦି ସେହି ଶରୀର ହାତ ଛାଡି ଦିଏ ତେବେ ତାହା ପ୍ରତ୍ୟେକ ସମ୍ପର୍କ ପାଇଁ ଏକ ବୋଝ ହୋଇାଏ ।’ ଏହି ପୋଷ୍ଟକୁ ସେୟାର କରି ଝିଅ ଲେଖିଥିଲେ ‘ଡାଉନଲୋଡ କରିବା ମୋ ବାପାଙ୍କୁ ଜଣା ନାହିଁ କିନ୍ତୁ ମୋ ବାପା ଯେତେବେଳେ ଏହି ପୋଷ୍ଟକୁ ଫେସବୁକ୍‌ରେ ଦେଖିଲେ ସେତେବେଳେ ଏହାକୁ କାଗଜରେ ଲେଖି ମାଙ୍କ ମାଙ୍କ ନିକଟକୁ ପଠାଇଥିଲେ ।

ଏହି ପୋଷ୍ଟକୁ @notawatermark ନାମକ ୟୁଜର ସେୟାର କରିଥିଲେ । ଏଥିରେ ଦଶ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ସେହି ପରି ଅନେକ ଲୋକ ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.