fbpx

ଡେଲିହଣ୍ଟର ମୂଳ କମ୍ପାନୀ ସଂଗ୍ରହ କଲା ୬୦୭୬ କୋଟିର ନିବେଶ: ଭର୍ସ ଇନ୍ନୋଭେସନର ମୂଲ୍ୟ ଛୁଇଁଲା ୫ ବିଲିୟନ୍ ଡଲାର

ନୂଆଦିଲ୍ଳୀ: ବିଭିନ୍ନ ସ୍ଥାନୀୟ ଭାଷାରେ କଣ୍ଟେଣ୍ଟ ତିଆରି କରୁଥିବା ଡେଲିହଣ୍ଟର ମୂଳ କମ୍ପାନୀ ନିବେଶ ସଂଗ୍ରହ କରିବାରେ ଜ୍ୟାକପଟ୍ ହାସଲ କରିଛି । ଡେଲିହଣ୍ଟର ମୂଳ କମ୍ପାନୀ ଭର୍ସ ଇନୋଭେସନ୍ ନିଜର ସଦ୍ୟତମ ନିବେଶ ସଂଗ୍ରହ ରାଉଣ୍ଡରେ ସଂଗ୍ରହ କରିଛି ୮୦୫ ମିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ ୬୦୭୬ କୋଟି ଟଙ୍କା । ସିପିପି ଇନଭେଷ୍ଟମେଣ୍ଟ, ଓଣ୍ଟାରିଓ ଟିଚର୍ସ, ଲକ୍ସର କ୍ୟାପିଟାଲ, ସୁମେରୁ ଭେନ୍ଚର ଏବଂ ଅନ୍ୟ ନିବେଶକାରୀ କମ୍ପାନୀ ମାନେ ବୋର୍ଡକୁ ଆସିଛନ୍ତି । ଏହା ସହିତ ପୂର୍ବରୁ କମ୍ପାନୀରେ ନିବେଶ କରୁଥିବା ସୋଫିନା ଗ୍ରୁପ, ବେଲିଲି ଗିଲଫୋର୍ଡ ପରି ନିବେଶକାରୀ କମ୍ପାନୀ ମଧ୍ୟ ନିଜ ନିବେଶ ବୃଦ୍ଧି କରିବେ । ଏହା ଫଳରେ କମ୍ପାନୀର ବର୍ତ୍ତମାନର ମୂଲ୍ୟ ୫ ବିଲିୟନ୍ ଡଲାର ଛୁଇଁଛି । ଚଳିତ ବର୍ଷରେ କୌଣସି ଷ୍ଟାର୍ଟ ଅପ୍ ଦ୍ୱାରା ଏହା ସବୁଠାରୁ ବଡ ନିବେଶ । ଏହା ପୂର୍ବରୁ ୧.୫ ବିଲିୟନ ଡଲାରର ମୂଲ୍ୟାୟନରେ ଭର୍ସ ୬୫୦ ମିଲିୟନ ଡଲାରର ଫଣ୍ଡ ରେଜ କରିଥିଲା । ସିଗୁଲେର ଗଫ, କାର୍ଲାଇଲ, ବେଲିଲି ଗିଲଫୋର୍ଡ, ଫାଲକନ୍ ଏଜ୍, ଗ୍ଲେଡ୍ ବ୍ରୁକ୍, ଗୁଗୁଲ, ମାଇକ୍ରୋସଫ୍ଟ ଏବଂ କାତାର ଇନଭେଷ୍ଟମେଣ୍ଟରୁ ଏହି ନିବେଶ ଉଠାଇଥିଲା ଭର୍ସ ।

ଏହି ନିବେଶ ଦ୍ୱାରା କମ୍ପାନୀ ନିଜର ବଳିଷ୍ଠ ନେତୃତ୍ୱ ଦ୍ୱାରା ନିଜର ସ୍ଥାନକୁ ଦୃଢୀଭୂତ କରିବାକୁ ପ୍ରୟାସ କରିବ ବୋଲି କୁହାଯାଇଛି । ଏହା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପରିଚାଳିତ ଦେଶର ଏକ ନମ୍ବର କମ୍ପାନୀ ହେବ ବୋଲି କହିଛନ୍ତି ଭର୍ସର ପ୍ରତିଷ୍ଠାତା ଉମଙ୍ଗ ବେଦୀ ଓ ବୀରେନ୍ଦ୍ର ଗୁପ୍ତା । ଏଆଇ ଏବଂ ଏମଏଲରେ ଆଭେଣ୍ଡସ କ୍ୟାପିଟାଲ ଭର୍ସର ଏକମାତ୍ର ନିବେଶକ ରହିଥିଲା । ଏଆଇ ଏବଂ ଏମ୍ ଏଲ୍ ସହିତ ନିଜର ଗ୍ରାହକଙ୍କୁ ୱେବ୍ ୩.୦ ର ଅନୁଭବ ଦେବାକୁ ଚାହୁଁଛି ଭର୍ସ । ୫୦ ମିଲିୟନ୍ କ୍ରିଏଟର ଭର୍ସ ସହିତ ଯୋଡି ହେଇଥିବା ବେଳେ ମାସକୁ ୮୦ ବିଲିୟନ୍ ଭିଡିସ ଦେଖିଥାନ୍ତି ଦର୍ଶକ ।କରୋନା କାରଣରୁ ଦୁନିଆ ଡିଜଜିଟାଲ ମୁହାଁ ହୋଇଥିବା ବେଳେ ବିଗତ ୧୮ ମାସ ମଧ୍ୟରେ ବେଶ ଲାଭବାନ ହୋଇଛି ଭର୍ସ ଇନୋଭେସନ୍ । ପ୍ରଥମରୁ କେବଳ ଡେଲିହଣ୍ଟ ଆପ୍ ରହିଥିବା ବେଳେ ବର୍ତ୍ତମାନ ଆମ ନିକଟରେ ଜୋଶ୍ ପରି ଭିଡିଓ ଆପ୍ ରହିଛି ବୋଲି କହିଛନ୍ତି ଉମଙ୍ଗ ବେଦୀ । ଜୋଶ୍ ବର୍ତ୍ତମାନ ଭିଡିଓ କଣ୍ଟେଣ୍ଟରେ ଦେଶର ଏକ ନମ୍ବର କମ୍ପାନୀ ରହିଥିବା ବେଳେ ସ୍ଥାନୀୟ ଭାଷାରେ କଣ୍ଟେଣ୍ଟ ଯୋଗାଇବାରେ ଡେଲିହଣ୍ଟ ଦେଶରେ ପ୍ରଥମ ସ୍ଥାନରେ ରହିଛି । ଏହା ସହିତ ଦେଶର ପ୍ରଥମ ହାଇପରଲୋକାଲ ଭିଡିଓ ପ୍ଲାଟଫର୍ମ ପବ୍ଲିକ୍ ଭାଇବ୍ ସହିତ ଉଭୟ ଡେଲିହଣ୍ଟ ଏବଂ ଜୋଶ ଜଡିତ ଅଛନ୍ତି ।

ଜୋଶ ବର୍ତ୍ତମାନ ଦେଶର ଏକ ନମ୍ବର ଶର୍ଟ ଭିଡିଓ ସାଇଟ୍ ରହିଛି । ୧୫୦ ମିଲିୟନ ମାସିକ ଆକ୍ଟିଭ୍ ୟୁଜର ରହିଥିବା ବେଳେ ରିଟେନସନ୍ ହାର ୪୯ ପ୍ରତିଶତ ରହିଛି । ଭାରତରେ ଇଣ୍ଟରନେଟ ବ୍ୟବହାର କରୁଥିବା ୫୦ ପ୍ରତିଶତ ଲୋକ ଭର୍ସ ଇନ୍ନୋଭେସନର ବ୍ୟବହାର କରିଥାନ୍ତି । ଭର୍ସ ଇନ୍ନୋଭେସନର ଏସିଆ ମୁଖ୍ୟ ତଥା ପରି ଚାଳନା ନିର୍ଦ୍ଦେଶକ ଫ୍ରାଙ୍କ ସୁ ଏହି ଅଭିବୃଦ୍ଧିକୁ ଚମକ୍ରାର ବୋଲି କହିଛନ୍ତି । ଭାରତର ଟେକ୍ନୋଲୋଜି କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସୁ କହିଛନ୍ତି । ଡେଲିହଣ୍ଟ ମାସକୁ ୩୫୦ ମିଲିୟନ ଗ୍ରାହକଙ୍କୁ ସେବା ଯୋଗାଇଥାଏ । ୧୫ଟି ଭାଷାରେ ୧ ଲକ୍ଷରୁ ଅଧିକ କଣ୍ଟେଣ୍ଟ ପାର୍ଟନରଙ୍କ ସହିତ କାମ କରିଥାଏ । ସେହିପରି ପବ୍ଲିକ୍ ଭାଇବ ପ୍ରାୟ ୫ ମିଲିୟନ୍ ଏମଏୟୁ, ଏକ ମିଲିୟନ ଦୈନିକ ୟୁଜର୍ସ ରହୁଥିବା ବେଳେ ପ୍ଲେଷ୍ଟୋରରେ ଏହାକୁ ୬ ମିଲିୟନ ବା ୬୦ ଲକ୍ଷ ଥର ଡାଉନଲୋଡ କରାଯାଇଛି । ବିଗତ ୩ ବର୍ଷ ଧରି ଆମେ ନିୟମିତ ଭାବ ରେ ପରିଶ୍ରମ କରି ଏହାକୁ ସଫଳତାର ଶୀର୍ଷରେ ପହଞ୍ଚିଛି । ଆମେ ଯେଉଁ କ୍ଷେତ୍ରରେ ରହିଛୁ ସେହି କ୍ଷେତ୍ରରେ ବୈଷୟିକ କ୍ଷେତ୍ରରେ ଅଧିକ ସଶକ୍ତ ହେବା ସହ ବୈଷୟିକ କୌଶଳରେ ସଶକ୍ତ ହେବୁ ବୋଲି କହିଛନ୍ତି ସହ ପ୍ରତିଷ୍ଠାତା ବୀରେନ୍ଦ୍ର ଗୁପ୍ତା । ଓଣ୍ଟାରିଓ ଟିଚର୍ସର ପରିଚାଳନା ନିର୍ଦ୍ଦେଶକ ମ୍ୟାଗି ଫନାରି କହିଛନ୍ତି ଭର୍ସ ସହିତ ଏହି ସହଭାଗିତାରେ ଆମେ ଅତ୍ୟନ୍ତ ଖୁସି । ସ୍ଥାନୀୟ ଭାଷାରେ କାର୍ଯ୍ୟ କରୁଥିବା ଏହି କମ୍ପାନୀ ସହିତ ଭାରତରେ ଆମେ ନିଜର ଉପସ୍ଥିତି ଜାହିର କରି ପାରିବୁ ବୋଲି କହିଛନ୍ତି ଫନାରି । ସ୍ଥାନୀୟ ଭାଷାରେ କଣ୍ଟେଣ୍ଟ ପ୍ରଦାନ କରୁଥିବା ଭର୍ସ ଇନ୍ନୋଭେସନ ନିଜ ବର୍ଗରେ ପ୍ରଥମ ୟୁନିକର୍ଣ୍ଣର ମାନ୍ୟତା ପାଇଥିଲା । କମ୍ପାୀନର ଏହି ସଫଳତା ପରେ ଗୋଲ୍ଡମ୍ୟାନ ସାଚସ୍, ଫାଲକନ ଏଜ, ସିଇକିଆ କ୍ୟାପିଟାଲ, ମାଟ୍ରିକ୍ସ ଇଣ୍ଡିଅ, ଲୁପା, ବି କ୍ୟାପିଟାଲ, ଆଇଆଇଏଫଏଲ, କୋଟାକ, ଏଡେଲୱିଓ ଏବଂ ଓମିଡ୍ୟାର ପରି କମ୍ପାନୀ ନିବେଶକ ରହିଛନ୍ତି ।

Get real time updates directly on you device, subscribe now.