fbpx

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା: ସନ୍ଦିଗ୍ଧ ଚିହ୍ନଟକୁ ନେଇ ପୁରୀ SP ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ରୋଷଘରେ ପଶି ଚୁଲିଭଙ୍ଗା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚୁଲିଭଙ୍ଗା ଘଟଣାକୁ ନେଇ ପୁରୀ ଏସପି କନୱାର ବିଶାଲ ସିଂ ଆୟୋଜିତ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସିସିଟିଭ ଆଧାରରେ ଜଣେ ସନ୍ଦିଗ୍ଧକୁ ଧରାଯିବା ପରେ ଏସପି କହିଛନ୍ତି ଯେ, ‘ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ସନ୍ଦିଗ୍ଧଙ୍କ ନାଁ ଜେ.ମହାପାତ୍ର ହୋଇଥିବା ବୟସ ମାତ୍ର ୩୦ ବର୍ଷ । ଜେ.ମହାପାତ୍ରର ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଥାନା ଅଞ୍ଚଳରେ ହୋଇଥିବା ଜଣାପଡିଛି । ତଦନ୍ତ ଚାଲିଥିବାରୁ ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି । ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଜେ. ମହାପାତ୍ର ।’

ଏହା ସହ ଏସପି କହିଛନ୍ତି ଯେ, ‘ଅଭିଯୁକ୍ତ ଜଣକ ଘଟଣା ଦିନ ମନ୍ଦିରକୁ ଆସିଥିଲା ଓ ବୁଲିଥିଲା । ନିଜକୁ ଭଲ ନଲାଗିବାରୁ ରୋଷଘରେ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ କହିଛି । ରେଲୱେ ଷ୍ଟେସନରୁ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ମିଳିଥିଲା ।’ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି କହିଛନ୍ତି ।

Get real time updates directly on you device, subscribe now.