fbpx
BSKY SKY
BSKY SKY

ପ୍ରତ୍ୟେକ ଭାରତୀୟଙ୍କ ହିତ ସାଧନ କରିବା ହେଉଛି BJPର ମୁଖ୍ୟ ଲକ୍ଷ୍ୟ: ମୋଦୀ

BSKY

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ର ୪୨ତମ ପ୍ରତିଷ୍ଠା ଦିବସ । ଏହି ଖାସ୍ ଦିବସ ଅବସରରେ ଆଜି କଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ବିଜେପିର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ନାରା ଗୁଞ୍ଜରିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପରିଶ୍ରମ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମୋଦୀ ଏହି ପରିପ୍ରେକ୍ଷୀରେ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ।

ଏହି ଅବସରରେ ମୋଦୀ କହିଛନ୍ତି, ଚଳିତ ବର୍ଷର ବିଜେପିର ପ୍ରତିଷ୍ଠା ଦିବସ ନିଶ୍ଚିତ ଭାବେ ଏକ ନିଆରା ମୁହୂର୍ତ୍ତ । କାରଣ ୭୫ତମ ସ୍ୱାଧୀନତା ଦିବସର ପୂର୍ତ୍ତି ସହିତ ଏହାର ବିଶେଷ ସାମଞ୍ଜସ୍ୟ ରହୁଛି । ବିଜେପି କ୍ରମାଗତ ଭାବେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ନାରା ଦେଇ ଆସିଛି । ଏହାର ପ୍ରଭାବରେ କିଛି ସପ୍ତାହ ପୂର୍ବରୁ ବିଜେପି ୪ଟି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା । ଭାରତ ତା’ର ପଲିସୀ ଓ ଇସ୍ୟୁକୁ ନେଇ ଗ୍ଲୋବାଲ ଫୋରମରେ ଉପସ୍ଥାପନା କରିଆସିଛି । ଯେତେବେଳେ ସମଗ୍ର ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇ ଲଢ଼େଇ ଜାରି ରଖିଥିଲା, ଭାରତ ସେ ସମୟରେ ମାନବିକତାର ଭାଷା ପ୍ରକଟ କରିଥିଲା ।

ବିଜେପି ସର୍ବଦା ରାଷ୍ଟ୍ରୀୟ ହିତ ଉପରେ ଗୁରୁତ୍ୱାରୋପ କରି ଆଗକୁ ବଢ଼ୁଛି । ତୃଣମୂଳ ସ୍ତରରୁ ଆରମ୍ଭ କରି ଉପର ସ୍ତର ପର୍ଯ୍ୟନ୍ତ ଦଳର ସମସ୍ତ କର୍ମକର୍ତ୍ତା ଦୃଢ଼ ସଂକଳ୍ପ ସହିତ ଏକତା ସୂତ୍ରରେ ବାନ୍ଧି ହୋଇ ରହିଛନ୍ତି । ଦେଶ ଦୁନିଆରେ ରହିଥିବା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏଥିପାଇଁ ବିଶେଷ ଧନ୍ୟବାଦ । ଭବିଷ୍ୟତର ବିକାଶ ପାଇଁ ଭାରତ ତା’ର ନୀତି ଓ ନିୟମ ପ୍ରସ୍ତୁତ କରି ସାରିଛି । ଆଗକୁ ଦେଶ ତା’ର ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହୋଇ ତାକୁ ପୂରଣ କରିବ । ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୧୩ଟି ଦେଶର ରାଷ୍ଟ୍ରଦୂତଙ୍କ ସହିତ ଆଲୋଚନା କରିଥିଲେ ।

Get real time updates directly on you device, subscribe now.