fbpx

୧୪ରେ ଦଲାଇଲାମାଙ୍କ ଜମ୍ମୁ-କଶ୍ମୀର ଗସ୍ତ, ଧର୍ମଗୁରୁଙ୍କ ପାଳନ କରାଯିବ ୮୬ତମ ଜନ୍ମ ଉତ୍ସବ

ନୂଆଦିଲ୍ଲୀ:ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଆସନ୍ତା ସପ୍ତାହରେ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ପରିଦର୍ଶନରେ ଆସିବେ । ସେ ଜୁଲାଇ ୧୪ରେ ଜାମ୍ମୁ ଏବଂ ଜୁଲାଇ ୧୫ରେ ଲଦାଖ ପରିଦର୍ଶନ କରିବେ । ଦୁଇ ବର୍ଷ ପରେ ଦଲାଇଲାମାଙ୍କ ଗୃହ ହିମାଚଳ ପ୍ରଦେଶ ଧର୍ମଶାଳାକୁ ପ୍ରଥମ ଗସ୍ତ । ଦଲାଇଲାମା ୮୭ ତମ ଜନ୍ମ ଉତ୍ସବ ପାଳିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶା ଭଳି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ଆସନ୍ତା ବୁଧବାର ଆସିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି କହିଛନ୍ତି,ଧର୍ମଗୁରୁ ଦଲାଇ ଲାମାଙ୍କ ଦୀର୍ଘ ଜୀବନ ଓ ସୁନ୍ଦର ସ୍ୱାସ୍ଥ୍ୟ କାମନା କରୁଛୁ । ହିମାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଦଲାଇଲାମାଙ୍କ ଜନ୍ମୋତ୍ସବରେ ମୁଖ୍ୟଅତିଥି ରୂପେ ଧର୍ମଶାଳାଠାରେ ଯୋଗଦେବେ । ଦଲାଇଲାମାଙ୍କ ଜନ୍ମୋତ୍ସବ ତିବ୍ଦତିୟାନ ସରକାରର ମୁଖ୍ୟାଳୟ ଏକ୍‌ଜିଲରେ ପାଳନ କରିଯିବ ।

Get real time updates directly on you device, subscribe now.