(Video) ଡ୍ୟାନ୍ସିଂ ଦାଦିଙ୍କ ‘ସଜନା ଭେ ସଜନା’ ଷ୍ଟେପ୍ ଦେଖି ସମସ୍ତେ ତାଜୁବ୍! ଫିକା ପଡ଼ିଲେ ବଲିଉଡ୍ ସୁନ୍ଦରୀ

ନୂଆଦିଲ୍ଲୀ: ଆଜିକାଲି ଛୋଟ ବଡ଼ ଅନେକ ଘଟଣାର ଭିଡିଓ କ୍ଷଣିକ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ଜଣେ ଦାଦିଙ୍କ ଉଚ୍ଚକୋଟୀର ଡ୍ୟାନ୍ସିଂ ଷ୍ଟେପକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କର ଡ୍ୟାନ୍ସିଂ କଳାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଭିକି ବିଦ୍ୟା କା ୱ ଓବାଲା ଭିଡିଓ’ର ‘ସଜନା ଭେ ସଜନା’ ଗୀତରେ ଡ୍ୟାନ୍ସ କରି ଦାଦି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି କ୍ରମରେ ଏହି ଆଟଇମ୍ ଡ୍ୟାନ୍ସ କରିଥିବା ଅଭିନେତ୍ରୀ ଶେହନାଜ ଗିଲ୍ ସତେ ଯେମିତି ପଛରେ ପଡ଼ିଯାଇଛନ୍ତି ।

ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ଅନେକ ସମୟରେ ଛୋଟ ଛୋଟ ପିଲା, ବିଭିନ୍ନ ପ୍ରଫେସନର ଲୋକଙ୍କର କିଛି ଗୀତ, ନାଚର ଭିଡିଓ ଭାଇରାଲ ହୋଇଥାଏ । ଏହା ମଧ୍ୟରେ ଜଣେ ଦାଦିଙ୍କର ଡ୍ୟାନ୍ସିଂ ଭିଡିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବା ବେଳେ ବୟସ ତାଙ୍କ ନିକଟରେ ହାର ମାନିଛି ବୋଲି ସେ ପ୍ରମାଣିତ କରିଛନ୍ତି । ଦାବି ଯେଉଁ ଭଳି ଢଙ୍ଗରେ ଡ୍ୟାନ୍ସ କରୁଛନ୍ତି ତାହା ତାଙ୍କର ଏକ ଅପୂର୍ବ ପ୍ରତିଭାର ପରିଚୟ ଦେଇଛି ।

 

View this post on Instagram

 

A post shared by Ravi Bala Sharma (@ravi.bala.sharma)