fbpx

ଅନୁଷ୍କାଙ୍କ ଫଟୋରେ ଡେଭିଡ ୱାର୍ଣ୍ଣରଙ୍କ ଟ୍ୱିଟ୍ କୁ ନେଇ ହଙ୍ଗାମା: ବିରାଟ କହିଲେ ଏପରି କଥା…

ମୁମ୍ବାଇ:ଭାରତାୟ କ୍ରିକେଟ୍ ଟିମ୍ ର ପୂର୍ବତନ ଅଧିନାୟକ ବିରାଟ କୋହଲି ସାରା ଦୁନିଆରେ ପରିଚିତ । ତାଙ୍କ ଖେଳିବାର ଶୈଳୀ ଅନେକ ଦର୍ଶକଙ୍କ ମନ ଜିତିଥାଏ । ତେବେ ବିରାଟ କୋହଲି ଖେଳରେ ଯେତିକି ଆକ୍ଟିଭ୍ ସୋସିଆଲ ମିଡିଆରେ ମଧ୍ୟ ସେତେକି ଆକ୍ଟିଭ । ତେବେ ସେ ସେୟାର କରୁଥିବା ସମସ୍ତ ଫଟୋ ତାଙ୍କ ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ଏହାରି ମଧ୍ୟରେ ବିରାଟ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ସେସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କାଙ୍କ ଫଟୋ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥଇଲେ । ଯେଉଁଥିରେ ଲେଖା ଥିଲା ମାଇଁ ୱାଲର୍ଡ ଆଣ୍ଡ ଲଭ । ତେବେ ଏହି ଫଟୋ ଉପରେ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ଣ୍ଣର କମେଣ୍ଟ ଦେଇଥିଲେ ଏବଂ ସେଥିରେ ଲେଖିଥଇଲେ ଭାଗ୍ୟଶାଳୀ ତୁମେ ବନ୍ଧୁ । ଯାହା ତାଙ୍କୁ ବର୍ତ୍ତମାନ ମହଙ୍ଗା ପଡିଛି । ତେବେ ଡେଭିଡ ୱାର୍ଣ୍ଣର ଏହି କମେଣ୍ଟ ପରେ ବିରାଟ କୋହଲିଙ୍କ ଫ୍ୟାନ୍ସମାନେ ଏତେ ରାଗି ଯାଇଛନ୍ତି ଯେ ଯାହାକୁ ନେଇ ବର୍ତ୍ତମାନ ସେମାନେ ଡେଭିଡ ୱାର୍ଣ୍ଣରଙ୍କୁ ଟ୍ରୋଲ କରୁଛନ୍ତି ।

ଫ୍ୟାନ୍ସମାନଙ୍କ ଏପରି ଟ୍ରୋଲକୁ ଦେଖି ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ଣ୍ଣର ନିଜ କମେଣ୍ଟ ଉପରେ ସଫେଇ ଦେଇ କହିଛନ୍ତି ଯେ ଏହା ଏକ ଲୋକ କଥା ।ଯାହାକି ଆମ ଅଷ୍ଟ୍ରେଲିଆରେ କୁହାଯାଇଥାଏ ।ତେବେ ମୁଁ ଲେଖିଥିବା କଥାର ଅର୍ଥ ହେଉଛି ଯେ ଆପଣ ବହୁତ ଭାଗ୍ୟଶାଳୀ, କାରଣ ଆପଣଙ୍କର ପତ୍ନୀ ବହୁତ ସପୋର୍ଟଟିଭ । ଯାହାକୁ ଆମେ ଅଷ୍ଟ୍ରେଲିଆରେ ଲକି ମ୍ୟାନ ମେଟ୍ କହିଥାଉ ।ତେବେ ଡେଭିଡ ୱାର୍ଣ୍ଣରଙ୍କୁ ଟ୍ରୋଲ ପରେ ବିରାଟ ତାଙ୍କ ସପକ୍ଷରେ ଉତ୍ତର ଦେବା ସହ ଫ୍ୟାନ୍ସମାନଙ୍କ ଉପରେ ବର୍ଷିଥିଲେ । ଏଥିସହିତ କୋହଲି ତାଙ୍କ ଉତ୍ତରରେ ସମସ୍ତଙ୍କ ହୃଦୟ ଜିତିଥିଲେ । ତେବେ ବିରାଟ କୋହଲି କହିଥିଲେ ଯେ ମୁ ମେଟର ଅର୍ତ ଜାଣିଛି । ତେଣୁ ଏହି କଥାକୁ ନେଇ କେହି କିଛି ଟ୍ରୋଲ କରନ୍ତୁ ନାହିଁ ।

Get real time updates directly on you device, subscribe now.