fbpx

କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ମିଳିଲା ଅନୁମତି: ୧୨ ରୁ ୧୭ ବର୍ଗଙ୍କୁ ଦିଆଯାଇପାରିବ ଟିକା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୋନା ଟିକା କୋଭୋଭାକ୍ସକୁ ମିଳିଛି ଅନୁମତି । ଜରୁରୀ ବ୍ୟବହାର ପାଇଁ କୋଭୋଭାକ୍ସ ଟିକାକୁ ଡିସିଜିଆଇର ଅନୁମତି ମିଳିଛି । ୧୨ ବର୍ଷରୁ ଉଦ୍ଧ୍ୱର୍ ପିଲା ଏବଂ ପ୍ରାପ୍ତ ବୟସ୍କଙ୍କୁ ଦିଆଯିବ କୋଭୋଭାକ୍ସ ।

ପୂର୍ବରୁ ଡିସିଜିଆଇ  ୨୮ ଡିସେମ୍ବରରେ ବୟସ୍କଙ୍କୁ ଏହି ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏପର୍ଯ୍ୟନ୍ତ ଏହାକୁ ଦେଶରେ ଟିକାକରଣରେ ସାମିଲ କରାଯାଇନାହିଁ । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅଫ୍ ଇଣ୍ଡିଆ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କହିଛନ୍ତି ଯେ ୨୧ ଫେବୃଆରୀ ୨୦୨୨ ରେ ଡିସିଜିଆଇ ଏକ ଆବେଦନ କରିଥିଲା । ଏଥିରେ ୧୨ ରୁ ୧୭ ବର୍ଷ ବର୍ଷର ଆୟୁ ବର୍ଗଙ୍କ ପାଇଁ କୋଭୋଭାକ୍ସ ପାଇଁ ମଞ୍ଜୁରୀ ଅନୁମତି ମାଗିଥିଲା ।

‘ହୁ’ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ଗତ ବର୍ଷ ଡିସେମ୍ବରରେ ଅନୁମୋଦନ ଦେଇଥିଲା । ବର୍ତ୍ତମାନ ଭାରତରେ ୧୫ ରୁ ୧୮ ବର୍ଷର କିଶୋରଙ୍କ କ୍ଷେତ୍ରରେ ଟିକାକରଣ ପାଇଁ ଭାରତ ବାୟୋଟେକର କୋଭାକ୍ସିନ ବ୍ୟବହାର କରାଯାଉଛି ।

Get real time updates directly on you device, subscribe now.