fbpx

(Video) ପୋଲିସ ହେବ ତ ଏମିତି: ରାସ୍ତାରୁ ଆଞ୍ଜୁଳା କରି ରକ୍ତ ଗୋଟାଉଛନ୍ତି ଡିସିପି ପ୍ରତୀକ ସିଂ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ୍ୟୁ କେତେବେଳେ ଆସିବ କେହି କହିପାରିବେ ନାହିଁ । ବର୍ତ୍ତମାନର ସମୟରେ ଦୁର୍ଘଟଣାରେ ଅନେକଙ୍କ ଜୀବନର ଦୀପ ଲିଭି ଯାଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀ ବି ନିଜେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ତେବେ ଏହା ମଧ୍ୟରେ ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ବେଳେ ରାଜଧାନୀରେ ଯେଉଁ ଅଘଟଣ ଘଟିଥିଲା ତାହା ସାରା ସହରବାସୀଙ୍କୁ ତାଜୁବ୍ କରିଦେଇଛି । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏକ ଭାରିଯାନ ଧକ୍କା ଦେବାରୁ ଜଣେ ଟ୍ରାଫିକ କର୍ମଚାରୀ ପ୍ରାଣ ହରାଇଥିଲେ ।

ଏହି ଟ୍ରାଫିକ କନଷ୍ଟେବଳ ଜଣଙ୍କ ରାଜଧାନୀର ରାମ ମନ୍ଦିର ଛକରେ ଡ୍ୟୁଟି କରୁଥିଲେ । ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ସତେ ଯେମିତି ବାଟରେ ଯମ ଜଗି ବସିଥିଲା । ତେବେ ଏହି ଦୁର୍ଘଟଣା ପରେ ଡିସିପି ପ୍ରତୀକ ସିଂଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ରାସ୍ତାରୁ ଆଞ୍ଜୁଳା କରି ରକ୍ତ ଗୋଟାଇଥିଲେ ପ୍ରତୀକ । ପୋଲିସ ବିଭାଗର ଜଣେ କର୍ମଚାରୀଙ୍କୁ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଡିସିପି । ଜଣେ ଡିସିପିଙ୍କର ଏଭଳି ମାନବୀୟତା ଦେଖି ତାଙ୍କୁ ଏବେ ସମସ୍ତେ ପ୍ରଶଂସା କରୁଥିବା ଦେଖାଯାଉଛି ।

ଟ୍ରାଫିକ କନଷ୍ଟେବଳଙ୍କ ମୃତ୍ୟୁରେ ଡିସିପିଙ୍କର ଆଖି ଛଳଛଳ ହୋଇଯାଇଥିଲା । ନିଜ ହାତରେ ଆଞ୍ଜୁଳା କରି ମୃତକଙ୍କର ଖପୁରି ଆଉ ହାଡ଼କୁ ପଲିଥିନରେ ସାଇତି ରଖୁଥିଲେ ଡିସିପି । ଏହ ଦୃଶ୍ୟକୁ ଯିଏ ଦେଖିଲା ସିଏ ପ୍ରଶଂସା ନକରି ରହି ପାରିନଥିଲା । ଗୋଟିଏ ପଟେ ଟିପିଟିପି ବର୍ଷା ଲାଗି ରହିଥିବା ବେଳେ ବର୍ଷାକୁ ଖାତିର ନକରି ଘଟଣାସ୍ଥଳକୁ ନିଜେ ଦୌଡ଼ି ଯାଇଥିଲେ ଡିସିପି । ଟ୍ରାଫିକ କନେଷ୍ଟବଳଙ୍କ ମୃତ୍ୟୁରେ ଡିସିପିଙ୍କର ଆଖି ଓଦା ହେବା ସହ ସେ ମାନବୀୟତା ଦେଖାଇଥିଲେ ।

Get real time updates directly on you device, subscribe now.