fbpx

ରାଜ୍ୟ ସରକାରଙ୍କ ମନା ପରେ ମଧ୍ୟ ମଣିପୁର ଗଲେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସହିତ ପୀଡିତାଙ୍କୁ ଭେଟିବେ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ମଣିପୁର ଗସ୍ତ କରିଛନ୍ତି । ସେ ମଣିପୁର ଗସ୍ତ କରିବା ପୂର୍ବରୁ କହିଥିଲେ ଯେ, ସେ ମଣିପୁର ଯିବେ ଓ ହିଂସା ପୀଡିତଙ୍କୁ ଭେଟିବେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ମଣିପୁର ସରକାର ହିଂସା ପ୍ରଭାବିତ ରାଜ୍ୟକୁ ଯିବା ନେଇ ଅନୁମତି ଦେବାକୁ ମନା କରି ଦେଇଥିଲା । ଏହା ପଛରେ ସରକାର ଆଇନ ବ୍ୟବସ୍ଥାର ଦ୍ୱାହି ଦେଇଥିଲେ ।

ମଣିପୁର ଗସ୍ତ ପୂର୍ପରୁ ସ୍ୱାତି ଗଣମାଧ୍ୟମ ସହ ଆଲୋଚନା ସମୟରେ କହିଛନ୍ତି, ମୁଁ ମଣିପୁର ସରକାରଙ୍କୁ ପତ୍ର ମାଧୟମରେ ଲେଖିଥିଲି ଯେ, ମୁଁ ସେଠାକୁ ଯାଇ ଯୌନ ଉତ୍ପୀଡନରେ ପୀଡିତାଙ୍କୁ ଭେଟିବାକୁ ଚାହୁଁଛି । କିନ୍ତୁ ମୋତେ ମଣିପୁର ସରକାର ଏକ ପତ୍ରରେ ଉତ୍ତର ଦେଇଛନ୍ତି କି ସେଠାରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ । ତେଣୁ ମଣିପୁର ଆସିବାକୁ ରାଜ୍ୟ ସରକାର ତାଙ୍କୁ ବାରଣ କରିଥିଲେ ।

ସ୍ୱାତି କହିଛନ୍ତି ସେ ମହିଳାଙ୍କ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ତାଙ୍କ ଠାରୁ ସମୟ ବି ମାଗିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ମେ’ ୪ ତାରିଖରେ କୁକି ସଂପ୍ରଦାୟର ୨ ଜଣ ମହିଳାଙ୍କୁ ନିର୍ବସ୍ତ୍ର ସଡକ ଉପରେ ବୁଲା ଯାଇଥିଲା । ତେବେ କେବଳ ମହିଳାଙ୍କୁ ନିର୍ବସ୍ତ୍ର ସଡକ ଉପରେ ବୁଲାଯାଇ ନ ଥିଲା ତାଙ୍କ ଉପରେ ଯୌନ ଉତ୍ପୀଡନ ବି କରାଯାଇଥିଲା । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ହୁଇରେମ ହୀରୋଦାସ ସହିତ ୪ ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.