ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେଶନରେ ଭୀମଟାଙ୍ଗି ଯୁବକଙ୍କ ମୃତଦେହ, ପରିବାର ଲୋକ କଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେଶନ ଆଗରେ ପଡ଼ି ରହିଛି ମୃତଦେହ । ମୃତକ ଜଣକ ଭୀମଟାଙ୍ଗି ଖଣ୍ଡୁଆଳ ସାହିର ବୋଲି ଜଣାପଡ଼ିଛି ।

ମୃତକଙ୍କ ପରିବାର ହତ୍ୟା ସ୍ଥାନୀୟ ପୋଲିସ ଷ୍ଟେଶନରେ ହତ୍ୟା ଅଭିଯୋଗ କରିଥିବା ଜଣାପଡ଼ିଛି । ମୃତଦେହକୁ ଜବତ କରି ଏୟାର ଫିଲ୍ଡ ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି ।

ଷ୍ଟେଶନ ବାହାରେ ମୃତଦେହ ମିଳିବା ନେଇ ଏକାଧିକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଗତ କିଛିଦିନ ପୂର୍ବେ ଉଭୟ ବାଣି ବିହାର ଷ୍ଟେଶନ ଏବଂ ଲିଙ୍ଗରାଜ ଷ୍ଟେଶନରେ ୨ ଜଣ ଯୁବକଙ୍କ ମୃତୁଦେହ ମିଳିଥିଲା ।

ରେଳବାଇ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । କିନ୍ତୁ ବାରମ୍ବାର ଏଭଳି ଘଟଣା ଘଟିବା ପଛର କାରଣ ଜଣାପଡ଼ିନାହିଁ । ଷ୍ଟେଶନକୁ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ଗମନାଗମନ ଳାଗି ରହିଛି ।