fbpx

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି

ନୂଆଦିଲ୍ଲୀ, ୯ା୫: କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ହଜାର ୬୬୨କୁ ବୃଦ୍ଧି ପାଇଥିବା ବେଳେ ୧୭ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩୯ହଜାର ୮୩୪ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୭୩୧, ଗୁଜୁରାଟରେ ୪୪୯, ମଧ୍ୟପ୍ରଦେଶରେ ୨୦୦, ଦିଲ୍ଲୀରେ ୬୮ ଓ ରାଜସ୍ଥାନରେ ୧୦୧ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.