ଦେବ ପ୍ରସାଦ ଦାଶଙ୍କୁ ନୂଆ ଦାୟିତ୍ବ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ବର: ଦେବ ପ୍ରସାଦ ଦାଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି ଦେବ ପ୍ରସାଦ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ନେଇଛନ୍ତି ।

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାମକରି ସେ ବହୁବାର ବିବାଦ ମଧ୍ୟରେ ରହି ଆସିଛନ୍ତି । ୨୦୧୮ ମେ ମାସରେ ସେ ସରକାରଙ୍କଦ୍ୱାରା ନିଲମ୍ବିତ ମଧ୍ୟ ହୋଇଥିଲେ ।

୨୦୨୪ ମସିହା ଜୁଲାଇ ମାସରେ ଦେବପ୍ରସାଦଙ୍କର ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା ଓ ସେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବରେ ପୁନଃସ୍ଥାପିତ ହୋଇଥିଲେ ।