fbpx

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କୁ ନେଇ ଚାର୍ଚ୍ଚା: କିଏ ପାଇବ ନୂଆ ପଦ

ନୂଆଦିଲ୍ଲୀ: ବିଜେପର ନୂଆ ରଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ଏନେଇ ଚାଲିଛି ଅନେକ କଳ୍ପନା ଜଳ୍ପନା । କେଉଁ ନୂଆ ଚେହେରାକୁ ବିଜେପି ବାଛିବ ଏହି ପ୍ରସଙ୍ଗ ବର୍ତ୍ତମାନ ଜୋର ଧରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଅଗଷ୍ଟ ମାସରେ ଜେପି ନଡ୍ଡାଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ବିଜେପି ଏହି ନିସ୍ପତି ନେଇଛି ।

ସେହିପରି ବିଶେଷ ସୁତ୍ରରୁ ଜଣାପଡିଛି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଏଥର କୌଣସି ମହିଳା ଚେହେରାଙ୍କୁ ଦଳ ସୁଯୋଗ ଦେଇପାରେ । ତେବେ ଏହି ରେସରେ ଭାରତର ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ଅନ୍ୟ କେତେଜଣ ଦଳୀୟ କର୍ମୀ ଆଗରେ ରହିଛନ୍ତି । ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ସମସ୍ତ ରାଜ୍ୟର ମହାସଚିବଙ୍କ ବୈଠକରେ ମଧ୍ୟ ଏନେଇ ବିଚାର ବିମର୍ଶ କରାଯାଇପାରେ । ଆଗରୁ ଏନେଇ ଜେପି ନଡ୍ଡା ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ମହାସଚିବ ବିଏସ ସନ୍ତୋଙ୍କ ସହ ଆଲୋତଚନା କରିଥିଲେ ।

Get real time updates directly on you device, subscribe now.