fbpx

ଋଣ ଭାର ଦେଶ ପାଇଁ ବିପଦ ସୃଷ୍ଟି କରିପାରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଚେତାବନୀ ଦେଇଛନ୍ତି ଯେ ଅସ୍ଥିର ଋଣଭାର ଦେଶର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି । ବିଶ୍ୱ ଅର୍ଥନୀତିରେ ସ୍ଥିରତା, ଆତ୍ମବିଶ୍ୱାସ ଏବଂ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଜି -୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ୍ କରିଛନ୍ତି ।

ଭାରତର ଅଧ୍ୟକ୍ଷତାରେ ଜି-୨୦ ସମିଟ୍‌ରେ ବିଭିନ୍ନ ଦେଶର ଅର୍ଥମନ୍ତ୍ରୀ ଏବଂ ଦେଶ ମାନଙ୍କର ଗଭର୍ଣ୍ଣର ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏପରି କହିଛନ୍ତି । ଏହା ସହିତ ବିଶଯବରେ ବିଭିନ୍ନ ଅର୍ଥୀକ ସଂଘଠନ ଗୁଡ଼ିକରେ ପରିବର୍ତ୍ତନ ଆଣିବା ଉପରେ ସେ ଜୋର ଦେଇଥିଲେ । ଅନେକ ଦେଶରେ ଦେଖା ଦେଇଥିବା ଋଣ ପରିସୋଧ ସମସ୍ୟାକୁ ସମାଧନ ପାଇଁ ଚୀନ୍‌ର ସହଯୋଗ ଆବଶ୍ୟକ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଟ୍ରେଜେରୀ ସଚିବ ଜେନେଟ ୟେଲେନ କହିବା ପରେ ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି । ସେ “ଜାମ୍ବିଆକୁ ଋଣ ଯୋଗାଇବା ଏବଂ ଶ୍ରୀଲଙ୍କା ପାଇଁ ନିର୍ଦ୍ଦିଷ୍ଟ ଏବଂ ବିଶ୍ୱସନୀୟ ଅର୍ଥନୈତିକ ପ୍ରତିଶ୍ରୁତି ଦେବା” ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ ଅନୁଯାୟୀ ୬୦% ସ୍ୱଳ୍ପ ଆୟକାରୀ ଦେଶ ଋଣ ଭାରରେ ଅଛନ୍ତି କିମ୍ବା ୨୦୧୫ ବିପଦକୁ ଦ୍ୱିଗୁଣିତ କରୁଛନ୍ତି ଏବଂ ଉଦୀୟମାନ ଅର୍ଥନୀତିର ପ୍ରାୟ ୨୫% ଦେଶ ‘ବିପଦପୂର୍ଣ୍ଣ’ ଏବଂ ଏହାର ସମ୍ମୁଖୀନ ହେଉଛନ୍ତି । ତେବେ ଏଥିପାଇଁ ଋଣ ବୃଦ୍ଧି ଏକ ବଡ଼ କାରଣ ଅଟେ ।

ତେବେ ଏହି ଋଣଭାର ଚିନ୍ତାକୁ ଆହୁରି ଖରାପ କରି ଦେଇଛି, କରୋନା ମହାମାରୀ । ଅନେକ ଉଦୟମାନ ଦେଶ ଏବେ ମଧ୍ୟ କରୋନା ପ୍ରବାବରୁ ମୁକୁଳି ପାରି ନାହାନ୍ତି । ଏହା ସହିତ ବିଶ୍ୱରେ ପରିବର୍ତ୍ତିତ ଭୌଗଳିକ ଏବଂ ରାଜନେତିକ ପରିସ୍ଥିତି ମଧ୍ୟ ଏକ ସମସ୍ୟା ଭାବେ ଛିଡ଼ା ହୋଇଛି । ଯାହା ବିଶ୍ୱରେ ଯୋଗାଣ ଶୃଙ୍ଖଲାକୁ ପ୍ରବାବିତ କରୁଛି । ଫଳରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ୍ ବୃଦ୍ଧି ପାଉଛି ।

 

Get real time updates directly on you device, subscribe now.