fbpx

ଆଗାମୀ ବର୍ଷ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ବନ୍ଦ ହୋଇଯିବ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର

ନୂଆଦିଲ୍ଲୀ: ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର ୨୦୨୨ ସୁଦ୍ଧା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବା ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ୍ ସମଗ୍ର ଦେଶରେ ବନ୍ଦ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ସମ୍ପୂର୍ଣ୍ଣ ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ନେଇ ଏବେ ମନ୍ତ୍ରାଳୟ ପକ୍ଷରୁ ଯୋଜନା ତିଆରି କରାଯାଉଛି । ଏହି ଲକ୍ଷ୍ୟରେ ମନ୍ତ୍ରାଳୟ ପକ୍ଷରୁ ବ୍ଲକ୍ ସ୍ତରରେ କାମ ଆରମ୍ଭ ହୋଇଛି । ଅନ୍ୟପଟେ ସିକ୍କିମ୍ ପ୍ରଥମ ରାଜ୍ୟ ହେବାକୁ ଯାଉଛି ଯିଏକି ଆଗାମୀ ବର୍ଷ ୨୦୨୨ ଜାନୁଆରୀ ମାସ ଠାରୁ ବୋତଲ ବନ୍ଦ ପାଣି ବିକ୍ରି କରିବା ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ୍ ଲଗାଯିବ ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଖୋଲା ସ୍ଥାନରେ ପ୍ଲାଷ୍ଟିକ୍ ନିଷ୍କାସନକୁ ନେଇ ବିସ୍ତୃତ ଦିଶା-ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ ସରକାରୀ କାର୍ଯ୍ୟାଳୟ ଏବଂ କେନ୍ଦ୍ର ମାନଙ୍କରେ ପ୍ଲାଷ୍ଟିକ୍ ବୋତଲର ବ୍ୟବହାରକୁ ବନ୍ଦ କରିଦିଆଯାଇଛି । ଦେଶର ଅନେକ ରେଳ ଷ୍ଟେସନ୍ ମାନଙ୍କ ପାଣି ବୋତଲକୁ କିଣି ଏହାକୁ ବିଶେଷ ପ୍ରକ୍ରିୟାରେ ନିଷ୍କାସନ କରିବା ପାଇଁ ଉପଭୋକ୍ତା ମାନଙ୍କୁ ନଗଦ ଅର୍ଥ ଦେଇ ବୋତଲ କିଣାଯାଉଛି ।

 

Get real time updates directly on you device, subscribe now.