fbpx

ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ବଦଳାଇଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ରାଜ୍ୟରେ ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ହୋଇଛି । ଡିସେମ୍ବରରେ କୋରୋନାର ଦ୍ୱିତୀୟ ଲହରି ଆଶଙ୍କା ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପରବର୍ତ୍ତୀ ନିର୍ଦେଶ ଯାଏ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ନଭେମ୍ବରରେ ସ୍କୁଲ ଖୋଲିବା ନେଇ ଘୋଷଣା ହୋଇଥିଲା । ମନ୍ତ୍ରୀ କହିଛନ୍ତି ଯେ, ‘ କେବେ ସ୍କୁଲ ଖୋଲିବ ତାହା ବିଭାଗ ପକ୍ଷରୁ ଜଣାଇଦିଆଯିବ । କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ।’

ତେବେ ଆନ୍ଧ୍ରରେ ନଭେମ୍ବର ୨ରୁ ନବମ ଓ ଦଶମ ଶ୍ରେଣୀ ପାଇଁ ସ୍କୁଲ ଖୋଲିଛି । ସ୍କୁଲ ଖୋଲିବାର ୩ ଦିନ ଭିତରେ ୨୬୨ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.