ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି; ଓମଫେଡ୍‌କୁ ମୁଖ୍ୟ ପ୍ରଶାସକଙ୍କ ଚିଠି

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଓମଫେଡ୍‌କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା । ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମଫେଡ୍‌ MDଙ୍କୁ ଚିଠି ଲେଖାଯାଇଛି । ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ହେବ ।

ଘିଅ ଦାମ୍‌ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା ଜଣାଇଲେ ପ୍ରଶାସକ । ଅନ୍ୟ ଘିଅ ଶ୍ରୀମନ୍ଦିର ଭିତରକୁ ନିଶେଦ୍ଧ, ଯଦି କେହି ଅନ୍ୟ ଘିଅ ଦେଉଳ ଭିତରକୁ ନିଅନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ରହିଛି । ତିରୁପତି ମଦିର ପ୍ରସାଦକୁ ନେଇ ବାବାଦ ଦେଖାଦେବା ପରେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇଥିଲା ।

ଯେପରି କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗ ଉପରେ କୌଣସି କୁଠାରଘାତ ନଆସେ ସେଥି ପ୍ରତି ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ନେଇ ଉଚିତ ସମୟରେ ଉଚିତ ନିଷ୍ପତ୍ତି ନେଇଥିବା ବିଭିନ୍ନ ମହଲରେ ଆଲୋଚନା କରାଯାଉଛି ।

Get real time updates directly on you device, subscribe now.