୨୧ରୁ ଲଘୁଚାପ… ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ହୋଇଯାଅ ସତର୍କ

ଭୁବନେଶ୍ୱର: ମେ’ ଶେଷ ସପ୍ତାହରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ସମ୍ଭାବାନା ।

ଏ ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ୨୧ ଓ ୨୨ରେ ଆରବ ସାଗରରେ ଲଘୁଚାପ ସମ୍ଭାବନା ।

୨୬ ଏବଂ ୨୭ରେ ବଙ୍ଗୋପସାଗର ସଂଲଗ୍ନରେ ଲଘୁଚାପ ସୃଷ୍ଟି ସମ୍ଭାବାନ ।

ମେ’ ୨୭ରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା ।

ଅନ୍ୟପଟେ ରଜ୍ୟରେ କାଳ ବୈଶାଖୀ ବର୍ଷା ଜାରି ରହିଛି । ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଓ ଘଡ଼ଘଡ଼ି ଜାରି ରହିଛି ।