fbpx

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରୁ ବାଦ ପଡିବେ ଦୀପକ ଚହର: କିଏ ପୂରଣ କରିବେ ସ୍ଥାନ? ଦଳରେ ସାମିଲ ଦୁଇ ବିକଳ୍ପ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଆଜି ଉଭୟଙ୍କ ମଧ୍ୟରେ ଇଡେନ ଗାର୍ଡେନ୍ସରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । ତେବେ ଏହି ମ୍ୟାଚରେ ଦଳରୁ ବାଦ ପଡିପାରନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ଦୀପକ ଚହର । ଆହି ସମସ୍ୟ କାରଣରୁ ତାଙ୍କୁ ଏହି ମ୍ୟାଚ ପାଇଁ ବିଶ୍ରାମ ଦିଆଯାଇପାରେ । ତେବେ ତାଙ୍କ ସ୍ଥାନରେ କିଏ ଖେଳିବେ ସେ ନେଇ ଏବେ ପ୍ରଶ୍ନ ।

Deepak Chahar, Ishan Kishan To Join India A For Red Ball Series In South Africa | Cricket News

ସୂଚନା ମୁତାବକ, ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଅଧିନାୟକ କାଏରନ ପୋଲାର୍ଡଙ୍କର ଏକ ଦମଦାର ସଟ୍ କୁ ରୋକିବାକୁ ଯାଇ ସେ ହାତରେ ଆଘାତ ପାଇଥିଲେ । ସଟ୍ ଅଟକାଇ ଦେଇଥିଲେ ସତ, କିନ୍ତୁ ଆହତ ହୋଇ ମଇଦାନ ଛାଡିବାକୁ ବାଧ୍ୟ ହୋଇଥିଲେ ଦୀପକ । ତେଣୁ ଆଜିର ଦ୍ୱିତୀୟ ମ୍ୟାଚରେ ତାଙ୍କ ଖେଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଯଦି ସେ ଏହି ମ୍ୟାଚରେ ନଖେଳନ୍ତି କିଏ ନେବେ ତାଙ୍କ ସ୍ଥାନ ?

Siraj, Shardul to compete for fifth pacer's slot in India's Test squad for upcoming Australia tour

ଦୀପକଙ୍କୁ ରିପ୍ଲେସ କରିବା ପାଇଁ ଦଳରେ ଅନ୍ୟ ଦୁଇ ଜଣ ପେସ ବୋଲର ଅଛନ୍ତି ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଳ ଠାକୁର । କିନ୍ତୁ ଦୀପକ ଚହରଭ୍କ ସ୍ଥାନ ପୂରଣ କରିବା ପାଇଁ ଟିମ ଇଣ୍ଡିଆର ପ୍ରଥମ ପସନ୍ଦ ରହିବେ ଠାକୁର । ତେବେ ଦୀପକ ଚହରଙ୍କ ବ୍ୟତୀତ ରୋହିତ ଅନ୍ୟ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ଆଶା କରାଯାଉଛି । ବିଜୟୀ ଟିମକୁ ନେଇ ଦଳ ଆଗକୁ ବଢାଇବେ ବୋଲି ଚର୍ଚ୍ଚା ହେଉଛି ।

IND vs WI, 2nd ODI: Ahmedabad pitch offered assistance and we were able to extract something, says Shardul Thakur | Cricket News – India TV

ଭାରତର ଶ୍ରେଷ୍ଠ ଏକାଦଶ:
ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ଚହର/ଶାର୍ଦ୍ଦୁଳ ଠାକୁର, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ଣୋଇା

Get real time updates directly on you device, subscribe now.