fbpx

ମୁମ୍ବାଇ-ମଧ୍ୟପ୍ରଦେଶ ଫାଇନାଲ ମ୍ୟାଚରେ ଦୀପକ: ଶୁଭିଲା ଚେନ୍ନାଇ ନାରା

ନୂଆଦିଲ୍ଲୀ: ବେଙ୍ଗଲୁରୁର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ମୁମ୍ବାଇ ଏବଂ ମହାରାଷ୍ଟ୍ର ମଧ୍ୟରେ ଜାରି ରହିଛି ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ । ମ୍ୟାଚର ପ୍ରଥମ ପାଳିରେ ୩୭୪ ରନର ସଂଗ୍ରହ କରିଛି ପୃଥ୍ୱୀ ଶ’ ନେତୃତ୍ୱାଧୀନ ମୁମ୍ବାଇ । ଦଳ ପକ୍ଷରୁ ସରଫରାଜ ଖଶନ ୧୩୧ ରନର ଏକ ଦମଦାର ପାଳି ଖେଳିଛନ୍ତି । ଅନ୍ୟ ପକ୍ଷରେ ମଧ୍ୟ ପ୍ରଦେଶ ଦଳ ପକ୍ଷରୁ ୟଶ ଦୁବେ, ଶୁଭମ ଶର୍ମା ଏବଂ ରଜତ ପଟିଦାର ଶତକ ହାସଲ କରି ଦଳର ସ୍ଥିତି ମଜବୁତ କରିଛନ୍ତି । କିନ୍ତୁ ଏସବୁ ପରେ ମଧ୍ୟ ମ୍ୟାଚରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଗଲା ଆଉ ଏକ ଘଟଣା ।

Mumbai vs MP Ranji Trophy Final 2022 Live Streaming: When and where to  watch | Cricket - Hindustan Times

ଏହି ମ୍ୟାଚରେ ହଠାତ ପହଞ୍ଚିଥିଲେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଦୀପକ ଚହର । ଦୀପକଙ୍କୁ ଦେଖି ପଡିଆରେ ଉପସ୍ଥିତ ସମସ୍ତ ଦର୍ଶକ ଇଣ୍ଡିଆ…ଇଣ୍ଡିଆ ପରିବର୍ତ୍ତେ ସିଏସକେ…ସିଏସକେ ନାରା ଦେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆହତ ସମସ୍ୟା ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଦୀର୍ଘ ଦିନ ହେଲା ଦୂରେଇ ରହିଛନ୍ତି ଦୀପକ ଚହର । ତେଣୁ ଏହି ମ୍ୟାଚ ବେଳେ ସେ ପଡିଆରେ ପହଞ୍ଚିବା ମାତ୍ରେ ଦର୍ଶକ ଚେନ୍ନାଇ ସୁପର କିଙ୍ଗସର ନାରା ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଭାରତୀୟ କ୍ରିକେଟ ଦଳର ପ୍ରମୁଖ ବୋଲରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପକ ଚହର । ଗତ ଫେବୃୟାରୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ଏହାପରେ ଆଇପିଏଲ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ସେ ଫେରି ପାରି ନାହାନ୍ତି । ବର୍ତ୍ତମାନ ବେଙ୍ଗଲୁରୁର ନେସନାଲ କ୍ରିକେଟ ଏକାଡେମୀରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ଦୀପକ ଚହର । ତେବେଆସନ୍ତା ଟି-୨୦ ବିଶ୍ବକପ ପୂର୍ବରୁ ସୁସ୍ଥ ହୋଇ ଦଳରେ ସ୍ଥାନ ପାଇବା ତାଙ୍କର ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.