SBI ନାମରେ ସେୟାର ହେଉଛି ଡିପଫେକ୍ ଭିଡିଓ, ଆଲର୍ଟ କଲା ବ୍ୟାଙ୍କ

ଏସବିଆଇ ଡିପଫେକ୍ ଭିଡିଓକୁ ନେଇ ଗ୍ରାହକଙ୍କୁ କଲା ସତର୍କ

ନୂଆଦିଲ୍ଲୀ: ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ପବ୍ଲିକ୍ ନୋଟିସ ଜାରି କରିଛି। ଏଥିରେ ସେ କହିଛି ଯେ, ସୋସିଆଲ ମିଡିଆରେ ବ୍ୟାଙ୍କ ନାମରେ ଅନେକ ଡିପଫେକ୍ ଭିଡିଓ ସେୟାର କରାଯାଉଛି।

ଏହି ଭିଡଓରେ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯେକୌଣସି ଏକ ନିବେଶ ସ୍କିମ ବିଷୟରେ କହୁଛନ୍ତି। ବ୍ୟାଙ୍କ କହିଛି ଯେ, ତାଙ୍କ ଅଧିକାରୀ କୌଣସି ମଧ୍ୟ ଏଭଳି ସ୍କିମର ପ୍ରଚାର କରନ୍ତି ନାହିଁ, ଯେଉଁଥିରେ ଅଧିକମାତ୍ରାରେ ରିଟର୍ଣ୍ଣ ମିଳିବ। ବ୍ୟାଙ୍କ ଲୋକଙ୍କୁ ଏବଳି ଭିଡିଓଠାରୁ ସତର୍କ ରହିବାକୁ କହିଛନ୍ତି।

ସତର୍କ କରାଇଲା ବ୍ୟାଙ୍କ: ଏସବିଆଇ ଏହି ପବ୍ଲିକ ନୋଟିସକୁ ଏକ୍ସରେ ସେୟାର କରିଛନ୍ତି। ଏଥିରେ ଲେଖାଯାଇଛି ଯେ, ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ସତର୍କ କରାଇଛି।

ଡିପଫେକର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରାସରିତ କରାଯାଉଛି, ଯାହା କିଛି ନିବେଶ ଯୋଜନାଗୁଡ଼ିକୁ ଲଞ୍ଚ କରିବାକୁ ଲୋକମାନଙ୍କ ସମର୍ଥନ ଲୋଡୁଛି। ଏହି ଭିଡିଓ ଲୋକଙ୍କୁ ଏଭଳି ଯୋଜନାରେ ନିବେଶର ଉପଦେଶ ଦେଉଛନ୍ତି।

ବ୍ୟାଙ୍କ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏସବିଆଇ ଏବଂ ତାଙ୍କର କୌଣସି ଅଧିକାରୀ ଏଭଳି କୌଣସି ନିବେଶ ଯୋଜନାର ସମର୍ଥନ କରେ ନାହିଁ। ଯାହା ଅଧିକ ରିଟର୍ଣ୍ଣ କଥା କହିଥାଏ। ଏଥିପାଇଁ ଲୋକଙ୍କୁ ଏଭଳି ମିଥ୍ୟା ଭିଡିଓଠାରୁ ଦୂରେଇ ରହିବା ଆବଶ୍ୟକ।