fbpx

(Video) ଦିନେଶ ମୋତେ ନୁହେଁ, ମୋ ଶରୀରକୁ ଭଲ ପାଉଥିଲେ: ଖୋଲିଲା ଗୁମର, ସବୁ ସତ ସାମ୍ନାକୁ ଆଣିଲେ ଦୀପିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୦ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଖାଇବା, ପିଇବା ଭୁଲି ନିଜ ସନ୍ତାନର ପରିଚୟ ପାଇଁ ବର୍ଷା, କାକରରେ ପଡ଼ି ରହିଛନ୍ତି ଦୀପିକା । କିଛିଦିନ ପୂର୍ବରୁ ଦୀନେଶ ମିଡ଼ିଆ ସାମ୍ନାକୁ ଆସିଥିଲେ ହେଁ ସେ ଆଇନ ଅନୁଯାୟୀ ଚାଲୁଥିବା କହିଥିଲେ । ତେବେ ଏବେ ଦୀପିକା ଗଣମାଧ୍ୟମରେ ଦୀନେଶଙ୍କ ସହ ସମ୍ପର୍କର ଅନେକ ଗୁମର ଖୋଲିଛନ୍ତି ।

ଦୀପିକା କହିଛନ୍ତି, ଦୀନେଶ ମୋଠାରୁ ଦୁଇ ବର୍ଷ ସାନ । ମାତ୍ର ପ୍ରେମ ବୟସ, ରଙ୍ଗ, ସାନବଡ଼ ବୁଝେନାହିଁ, ତେଣୁ ଆମେ ଦୁହେଁ ପରସ୍ପରର ନିବିଡ଼ ହୋଇଥିଲୁ । ସେ ମୋ ଉପରେ ଯେଉଁ ସବୁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ସେ ଛୋଟ ପିଲା ନୁହନ୍ତି ଯେ ମୁଁ ତାଙ୍କୁ ଭୁଲ ବାଟରେ ନେଇଗଲି । ସେ ମୋ ପାଇଁ କିଛି ଖର୍ଚ୍ଚ କରି ନାହାନ୍ତି, ମୁଁ ଯାହା ସବୁ ଖର୍ଚ୍ଚ କରିଛି ସେସବୁର ପ୍ରମାଣ ରଖିଛି ।

ଦିନେଶ ମୋତେ ଭଲ ପାଉଥିଲେ କି ମୋ ଶରୀରକୁ ଭଲ ପାଉଥିଲେ ତାହା ମୁଁ ଆଜି ଅଙ୍ଗେ ନିଭାଉଛି । ଯେତେବେଳେ ମୁଁ ପ୍ରେଗନେଣ୍ଟ ହେବା ଜାଣିଲି, ସେତେବେଳେ ମୁଁ ତାଙ୍କୁ କୋର୍ଟ ମ୍ୟାରେଜ କରିବାକୁ ଫୋର୍ସ କରିଥିଲି । ମାତ୍ର ସେ ସମୟରେ ତାଙ୍କର ଅସଲ ଚେହେରା ମୁଁ ଜାଣିପାରିଥିଲି । ତାଳି କେବେହେଲେ ଗୋଟିଏ ହାତରେ ବାଜେ ନାହିଁ । ଦିନେଶ ଅନ୍ୟ ଜଣେ ଝିଅଙ୍କୁ ବିବାହ କରୁଥିବା କଥା ମୁଁ ଶୁଣିଥିଲି । ଯଦି ସେ ଅନ୍ୟ ଝିଅଙ୍କୁ ବିବାହ କରିଦିଅନ୍ତି, ତେବେ ମୁଁ ଦ୍ୱିତୀୟ ସ୍ତ୍ରୀ ହୋଇଯିବି ଆଉ ମୋର ଛୁଆର ଭବିଷ୍ୟତ ନଷ୍ଟ ହୋଇଯିବ । ତେଣୁ ମୁଁ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲି ।

Get real time updates directly on you device, subscribe now.