‘ଅପରେସନ୍ ସିନ୍ଦୂର’, ପ୍ରଭୁ ହନୁମାନଙ୍କ ଅଶୋକ ବାଟିକା ନୀତି ଆପଣାଇଛି ଭାରତ
'ଅପରେସନ୍ ସିନ୍ଦୂର' ନେଇ ପ୍ରତିକ୍ରିୟା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରତିକ୍ରିୟା ଦେଲେ ରାଜନାଥ ସିଂ। ସଠିକ୍ ଭାବେ ଭାରତୀୟ ସେନା ଏୟାରଷ୍ଟ୍ରାଇକ୍ କରିଛି। କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କରିଥିଲେ ଭାରତୀୟ ସେନା।
ଭାରତୀୟ ସେନା ଆମର ଗର୍ବ ଗୌରବ। ଅପରେସନ୍ ସିନ୍ଦୂରକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି। ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଛି। ଯିଏ ଆମ ନିରୀହ ଲୋକଙ୍କୁ ମାରିଥିଲେ ତାଙ୍କୁ ଟାର୍ଗେଟ୍ କରିଛୁ।
ପହଲଗାମ ଆକ୍ରମଣର ବଦଲା ନେଇଛି ଭାରତ। ସେନାବାହିନୀ ପାଇଁ ଆମେ ଆଜି ଗର୍ବିତ। ଦେଶର ମୁଣ୍ଡ ଉପରକୁ କରିଛି ସେନା। ମୋଦୀଙ୍କ ମାର୍ଗଦର୍ଶନରେ ମିଳିଛି ସଫଳତା।
ସେନା ତରଫରୁ ସଠିକ୍ ଅପରେସ୍ ହୋଇଛି। ଭାରତକୁ ଐତିହାସିକ ସଫଳତା ମିଳିଛି। ଭାରତୀୟ ସେନା ଅତିହାସ ରଚିଛି। ସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଛି। ଭାରତ ଦେଇଛି ଉଚିତ୍ ଜବାବ। ଆତଙ୍କୀ ଠିକଣାକୁ ମାଟିରେ ମିଶାଯାଇଛି। ପ୍ରଭୁ ହନୁମାନଙ୍କ ଅଶୋକ ବାଟିକା ଆଦର୍ଶକୁ ପାଳନ କରିଛୁ। ବୁଝିବିଚାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।