fbpx

ଦିଲ୍ଲୀ କୋଚିଂ ସେଣ୍ଟର ଅଘଟଣ: ଗିରଫ ହେଲେ କୋଚିଂ ସେଣ୍ଟର ମାଲିକ

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ସ୍ଥିତ ଓଲ୍ଡ ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କୋଚି ସେଣ୍ଟରର ବେସମେଣ୍ଟ ଜଳାର୍ଣ୍ଣବ ହୋଇଥିଲା । ଏହି ଘଟଣାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସ ପକ୍ଷରୁ ଉକ୍ତ କୋଚିଂ ସେଣ୍ଟରର ମାଲିକ ଏବଂ କୋର୍ଡ଼ିନେଟରଙ୍କୁ ଗିରଫ କରାଯାଇଛି । ଡିସିପି ଏମ୍ ହର୍ଷବର୍ଦ୍ଧନଙ୍କ କହିବାନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା(BNS)ର ଧାରା ୧୦୫(culpable homicide not amounting to murder), ୧୦୬(୧), ୧୧୫(୨), ୨୯୦ ଏବଂ ଧାରା ୩୫ ଅଧୀନରେ FIR ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାରୁ ପ୍ରକାଶ ଦିଲ୍ଲର ଏକ ଘରୋଇ କୋଚିଂ ସେଣ୍ଟର ବେସମେଣ୍ଟରେ ପ୍ରବଳ ବର୍ଷା ଯୋଗୁଁ ପାଣି ଭର୍ତ୍ତି ହେବା ଫଳରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶୀ ମୁଖ୍ୟ ସଚିବ ନରେଶ କୁମାରଙ୍କୁ ଏହି ଘଟଣାର ଯାଞ୍ଚ କରିବା ସହ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅତିଶୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଏହି ଘଟଣା କେମିତି ହେଲା ଏହାର ଯାଞ୍ଚ ପାଇଁ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ପାଇଁ ଯିଏ ବି ଦାୟୀ ହେବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ’

 

Get real time updates directly on you device, subscribe now.