ଫେୟାର ଆଣ୍ଡ ହ୍ୟାଣ୍ଡସମ କ୍ରିମ ଲଗାଇ ଗୋରା ହେଲେନି ଏହି ଯୁବକ, କମ୍ପାନୀ ଉପରେ ଜରିମାନା ଲଗାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କଞ୍ଜ୍ୟୁମର କୋର୍ଟ ଅନୈତିକ ବ୍ୟାପାର ଚଳାଇବା ପାଇଁ ଇମାମି ଲିମିଟେଡ୍ ଉପରେ ୧୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ୨୦୧୩ ମସିହାର ଏକ ମାମଲାରେ ମଧ୍ୟ ଦିଲ୍ଲୀ ଜିଲ୍ଲା ଉପଭୋଲ୍‌ତା ବିବାଦ ନିବାରଣ ଅୟୋଗ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ କମ୍ପାନୀ ବିରୋଧରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବକ ୨୦୧୩ ମସିହାରେ ଗୋରା ହେବା ଲାଗି ୭୯ ଟଙ୍କା ଦେଇ ଇମାମିର ଫେୟାର ଆଣ୍ଡ ହ୍ୟାଣ୍ଡସମ କ୍ରିମ କିଣିଥିଲେ। ହେଲେ କ୍ରିମ ଲଗାଇବା ପରେ ତାଙ୍କ ସ୍କିନରେ କୌଣସି ପରିବର୍ତ୍ତନ ହୋଇନଥିଲା। ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, କମ୍ପାନୀ ନିଜ ପ୍ରଡକ୍ଟକୁ ବିକ୍ରି କରିବା ପାଇଁ ଭ୍ରମିତ କରିବାର ବିଜ୍ଞାପନ ଦେଇଥିଲା।

ଯୁବକ ଜଣକ କମ୍ପାନୀ ଉପରେ ଅଭିଯୋଗ ଲଗାଇଛନ୍ତି ଯେ, ସେ ପ୍ରଡକ୍ଟର ପ୍ୟାକେଜିଂ ଏବଂ ଲେବଲ ଉପରେ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶକୁ ପାଳନ କରି କ୍ରିମର ବ୍ୟବହାର କରିଥିଲେ। ହେଲେ ଏହା ପରେ ବି ତାଙ୍କ ତ୍ୱଚା ଗୋରା ହୋଇନଥିଲା, ଯାହାକି କମ୍ପାନୀ ନିଜ ପ୍ରଡକ୍ଟ ମାଧ୍ୟମରେ ଗୋରା ହେବାର ଦାବି କରିଛନ୍ତି। ଯୁବକଙ୍କ ଏହି ଅଭିଯୋଗ ପରେ କମ୍ପାନୀ ଅନେକ ଯୁକ୍ତି ଏବଂ ତର୍କ ଜାରି କରିଥିଲା। କିନ୍ତୁ କମ୍ପାନୀ ଏହି କମ୍ପାନୀର କୌଣସି ତର୍କକୁ ସ୍ୱୀକାର କରିନଥିଲେ। କାରଣ କମ୍ପାନୀ ଯେଉଁ ତର୍କ ଜାରି କରିଥିଲା, ତାହା ସହ ଜଡିତ କୌଣସି କଥା ପ୍ରଡକ୍ଟର ପ୍ୟାକେଜିଂ ଏବଂ ପରିମାଣ ଉପରେ ଲେଖାଯାଇନଥିଲା।