fbpx

Delhi Budget: ଅର୍ଥମନ୍ତ୍ରୀ ଆଗତ କଲେ ୭୮,୮୦୦ କୋଟିର ବଜେଟ, କାହାକୁ କ’ଣ ଦେଲେ କେଜ୍ରିୱାଲ ସରକାର?

Advertisement

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଅର୍ଥମନ୍ତ୍ରୀ କୈଳାସ ଗହଲୋତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଆଗତ କରିଛନ୍ତି । ଚଳିତ ବର୍ଷ ବଜେଟରେ ୩ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି । ଏହା ପୂର୍ବରୁ ଦିଲ୍ଲୀ ସରକାର ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୭୫,୮୦୦ କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ । ତା’ ପୂର୍ବବର୍ଷ ୬୯,୦୦୦ କୋଟିର ବଜେଟ ଆଗତ ହୋଇଥିଲା ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଇସ୍ତଫା ଦେବା ପରେ କୈଳାଶ ନୂଆ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ କୈଳାସ । ସେହିପରି ଚଳିତ ବର୍ଷ ଆମ ଆଦମୀ ପାର୍ଟି (ଆପ) ସରକାର ୯ ଥର ପାଇଁ ବଜେଟ ଆଗତ କରିଛି । ଏହି ଅବସରରେ କୈଳାସ କହିଥିଲେ, ‘ସିସୋଦିଆ ମୋର ବଡ଼ ଭାଇ ପରି, ସେ ଯଦି ବଜେଟ ଆଗତ କରିଥାନ୍ତେ ତେବେ ମୋତେ ଅଧିକ ଖୁସି ମିଳିଥାନ୍ତା ।’

ଦିଲ୍ଲୀରେ ୨୯ଟି ନୂଆ ଓଭରବ୍ରିଜ ନିର୍ମାଣ ନେଇ ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଥିଲେ । ଏଥିସହିତ ୧୪୦୦ କିମିର ଦୀର୍ଘ ସଡ଼କ ନେଟୱାର୍କ ଓ ୨୬ଟି ନୂଆ ଫ୍ଲାଏଓଭର, ଅଣ୍ଡରପାସ ନିର୍ମାଣ ପାଇଁ ଘୋଷଣା କରିଥିଲେ ।ଦିଲ୍ଲୀ ମେଟ୍ରୋ ରେଲ ନିଗମର ସହଯୋଗରେ ଏକ ସ୍ୱତନ୍ତ୍ର ଧରଣର ତିନୋଟି ଡବଲ-ଡେକର ଓଭରବ୍ରିଜ ତିଆରି ହେବ । ୨୦୨୩-୨୪ରେ ୧୦୦ଟି ଇ-ବସ ଓ ପରବର୍ତ୍ତୀ ଦୁଇ ବର୍ଷରେ ୨୦୧୮୦ଟି ସେବା ଆରମ୍ଭ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ୧୬୦୦ ଇ-ବସ ଅଣାଯିବ ।

ଦିଲ୍ଲୀରେ ପୂର୍ବରୁ ୨୫୦ଟି ଟେଷ୍ଟ ଫ୍ରି କରାଯାଇଥିବା ବେଳେ ଏବେ ୪୫୦ଟି କରାଯିବ । ମୋହଲ୍ଲା କ୍ଲିନିକ, ପଲି କ୍ଲିନିକ ଓ ହସ୍ପିଟାଲଗୁଡ଼ଇକରେ ଏହି ଟେଷ୍ଟ କରାଯିବ । ୯ଟି ନୂଆ ସରକାରୀ ହସ୍ପିଟାଲ ଖୁବଶୀଘ୍ର ନିର୍ମାଣ କରଯିବ । ସେଥିମଧ୍ୟରୁ ୪ଟି ଚଳିତ ଆର୍ଥିକବର୍ଷରେ ଆରମ୍ଭ ହେବ ଓ ଏହାର ଶଯ୍ୟା ସଂଖ୍ୟା ୧୪ ହଜାରରୁ ବୃଦ୍ଧି ପାଇ ୩ ହଜାର ହେବ । ଦିଲ୍ଲୀରେ ଏବେ ହେଲଥ କାର୍ଡ ଜାରି କରାଯାଉଛି, ଯାହାଦ୍ୱାରା ଜନସାଧାରଣ ଯେ କୌଣସି ହସ୍ପିଟାଲରେ ନିଜର ଚିକିତ୍ସା କରାଇ ପାରିବେ । ସରକାରୀ ହସ୍ପିଟାଲରେ ୱେଟିଂ ଆସିଲେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇ ପାରିବେ । ଗତ ବର୍ଷ ଏ ବାବଦରେ ୫ ଲକ୍ଷ ଲୋକ ଲାଭ ନେଇସାରିଛନ୍ତି ।

Get real time updates directly on you device, subscribe now.