fbpx

ରାଘବ ଚଡ୍ଡାଙ୍କୁ ହାଇକୋର୍ଟରୁ ମିଳିଲା ବଡ ଅଶ୍ଵସ୍ତି, ଖାଲି କରିବାକୁ ପଡ଼ିବନି ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡାଙ୍କୁ ବଡ଼ ଅଶ୍ଵସ୍ତି ଦେଇଛନ୍ତି। ସରକାରୀ ବଙ୍ଗଳାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ହାଇକୋର୍ଟ ପଟିଆଲା ହାଉସ କୋର୍ଟର ଆଦେଶକୁ ବାତିଲ କରିଦେଇଛନ୍ତି। ଯେଉଁଥିରେ ରାଜ୍ୟସଭା ସଚିବାଳୟ ସାଂସଦ ରାଘବ ଚଡ୍ଡାଙ୍କ ବିଦ୍ୟମାନ ଟାଇପ -୭ ସରକାରୀ ବଙ୍ଗଳା ଖାଲି କରିବାକୁ ଦେଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହି ଆଦେଶ ପରେ ସାଂସଦ ରାଘବ ଚଡ୍ଡାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କୋର୍ଟଙ୍କ ନିଷ୍ପତ୍ତିକୁ ସତ୍ୟ ଏବଂ ନ୍ୟାୟର ବିଜୟ ବୋଲି ବର୍ଣ୍ଣନା କରିଛନ୍ତି।

ସାଂସଦ ରାଘବ ଚଡ୍ଡା ଗତ ବର୍ଷ ଏକ ଟାଇପ୍ -୬ ବଙ୍ଗଳା ପାଇଥିଲେ। ସାଂସଦଙ୍କ ଅନୁରୋଧ କ୍ରମେ ତାଙ୍କୁ ଟାଇପ୍ -୭ ଆବାସ ବଣ୍ଟନ କରାଯାଇଥିଲା। ତେବେ ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଜ୍ୟସଭା ସଚିବାଳୟ ଦ୍ୱାରା ଏହି ଆବଣ୍ଟନ ବାତିଲ କରାଯାଇଥିଲା। ରାଘବ ଚଡ୍ଡା ଏହା ବିରୋଧରେ କୋର୍ଟକୁ ଯାଇଥିଲେ। ରାଘବଙ୍କୁ ଘର ଖାଲି କରିବାକୁ କାର୍ଯ୍ୟାନୁଷ୍ଠାନ ଉପରେ ଟ୍ରାଏଲ କୋର୍ଟ ମଧ୍ୟବର୍ତ୍ତୀକାଳୀନ ରହିଥିଲେ। ତେବେ ପଟିଆଲା ହାଉସ କୋର୍ଟ ଏହି ପ୍ରତିବନ୍ଧକକୁ ୬ ଅକ୍ଟୋବରରେ ହଟାଇ ଦେଇଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ରାଘବ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ।

ଜଷ୍ଟିସ ଅନୁପ ଜୟରାମ ଭମ୍ବାନୀଙ୍କ ଏକ ବେଞ୍ଚ ଗତ ସପ୍ତାହରେ ଏହି ମାମଲାର ସମସ୍ତ ପକ୍ଷର ଦୀର୍ଘ ଦିନର ଶୁଣାଣି ପରେ ଏହାର ଆଦେଶ ସଂରକ୍ଷିତ ରଖିଥିଲା। ଚଡ୍ଡାଙ୍କ ଓକିଲ କହିଛନ୍ତି ଯେ, ସେ ଜଣେ ବିରୋଧୀ ସାଂସଦ ଥିବାରୁ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ମଧ୍ୟବର୍ତ୍ତୀକାଳୀନ ରିଲିଫ ପାଇଁ ଚଡ୍ଡାଙ୍କ ଆବେଦନ ଉପରେ ଟ୍ରାଏଲ କୋର୍ଟ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଏହି ରହଣି ବଳବତ୍ତର ରହିବ।

Get real time updates directly on you device, subscribe now.