fbpx

ଯାହା ଡ଼ର ଥିଲା ସେୟା ହେଲା; ନୂଆ ଆଇନରେ ଅପ୍ରାକୃତିକ ଯୌନ ସମ୍ପର୍କିତ ମାମଲାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପୋଲିସ, ହାଇକୋର୍ଟ ଗଲା ମାମଲା

ନୂଆଦିଲ୍ଲୀ: ଅପ୍ରାକୃତିକ ଯୌନ ସମ୍ପର୍କିତ ଅପରାଧ ପାଇଁ ନୂତନ ଦଣ୍ଡବିଧାନ ଆଇନ ‘ଇଣ୍ଡିଆନ୍ କୋଡ୍ ଅଫ୍ ଜଷ୍ଟିସ୍’ (ବିଏନ୍ଏସ୍)ରେ ବ୍ୟବସ୍ଥାକୁ ବାଦ୍ ଦିଆଯାିଛି। ବର୍ତ୍ତମାନ ଏଭଳି ଏକ ମାମଲା ଉପରେ ଶୁଣାଣି କରିବାକୁ ଯାଉଛନ୍ତି ଦିଲ୍ଲୀ ହାଇକୋର୍ଟ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଏବଂ ଜଷ୍ଟିସ ତୁଷାର ରାଓ ଗେଡେଲାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଆବେଦନର ପ୍ରଥମ ଶୁଣାଣି କରାଯାଇଥିଲା। ଆଜି ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ମଙ୍ଗଳବାର ଏହାର ଶୁଣାଣି ହେବ।

ଓକିଲ କହିଛନ୍ତି ଯେ ବିଏନଏସ ଭାରତୀୟ ଦଣ୍ଡ ବିଧି (ଆଇପିସି)ର ଧାରା ୩୭୭ ସହିତ ସମାନ କୌଣସି ବ୍ୟବସ୍ଥାକୁ ବାଦ୍ ଦେଇଛି, ଯାହା ପ୍ରତ୍ୟେକ ବ୍ୟକ୍ତି, ବିଶେଷକରି ଏଲଜିବିଟିକ୍ୟୁ ସମ୍ପ୍ରଦାୟକୁ ପ୍ରଭାବିତ କରିବ। ୨୦୨୪ ଜୁଲାଇ ପହିଲାରୁ ଆଇପିସି ବଦଳରେ ବିଏନ୍ଏସ୍ ଲାଗୁ ହୋଇଛି। ନୂଆ ଆଇନରେ ଆଇପିସିର ଧାରା ୩୭୭ ପାଇଁ କୌଣସି ବିକଳ୍ପ ନାହିଁ। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଡୁଆରେ ପଡ଼ିଛି। ଗତ ମାସରେ ଗୋରଖପୁରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ ଜଣେ ୧୨ ବର୍ଷର ନାବାଳକ ଦୁଷ୍କର୍ମର ଶିକାର ହୋଇଥିଲା।

ପିଲାଟି ନାବାଳକ ହୋଇଥିବାରୁ ପୋଲିସ ପୋକ୍ସୋ ଅନୁଯାୟୀ ମାମଲା ରୁଜୁ କରିଛି। ଯଦି ପିଲାଟି ସାବାଳକ ହୋଇଥାନ୍ତା ତେବେ ପୋଲିସ କ’ଣ କରିଥାନ୍ତା? ନୂଆ ଭାରତୀୟ ନ୍ୟାୟ ସଂହିତାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରାଯାଇନାହିଁ। ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ ବର୍ଗକୁ ବିଚାରକୁ ନିଆଯିବନାହିଁ। ଯଦି କେହି ବ୍ୟକ୍ତି ବଳପୂର୍ବକ କାହା ସହ ଏଭଳି ଘଟଣା ଘଟାଇବେ, ତେବେ ଏହା ଦୁଷ୍କର୍ମରେ ଯିବନାହିଁ। ନୂଆ ଆଇନ ଯୋଗୁଁ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅନେକ ବିଚାର ବିମର୍ଶ କରିବାକୁ ପଡ଼ୁଛି।

 

Get real time updates directly on you device, subscribe now.