fbpx

Video: ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଅଫତାବ ଉପରେ ଆକ୍ରମଣ ଉଦ୍ୟମ, ଖଣ୍ଡା ଧରି ଗୋଡ଼ାଇଲେ ଲୋକେ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ନେଇ ଯାଉଥିବା ପୋଲିସ ଭ୍ୟାନ୍ ଉପରେ ହୋଇଛି ଆକ୍ରମଣ । ରୋହିଣୀ ଏଫଏସ୍‌ଏଏଲ କାର୍ଯ୍ୟାଳୟ ବାହାରେ ଏହି ଘଟଣା ଘଟିଛି । ଘଟଣା ସମୟର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, କିଛି ଲୋକେ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଆକ୍ରମଣରେ କିଛି ଲୋକେ ଆହତ ହୋଇଥିବା ସୂଚନା ମଧ୍ୟ ଆସୁଛି।

ଘଟଣା ପରେ ପୋଲିସ ସୂଚନା ଦେଇଛି ଯେ, ଅଭିଯୁକ୍ତ ଅଫତାବ ସୁରକ୍ଷିତ ଅଛି । ଏହା ସହିତ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଥିବା ଲୋକଙ୍କୁ ମଧ୍ୟ ହେପାଜତକୁ ନେଇଛି । ଏହି ଲୋକମାନେ ହିନ୍ଦୁସେନାର ଲୋକେ ବୋଲି ଦାବି କରିଛନ୍ତି । ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଅଫତାବର ପଲିଗ୍ରାଫ୍ ଟେଷ୍ଟ ପରେ ଭ୍ୟାନ୍ ଯୋଗେ ପଶ୍ଚିମ ଦିଲ୍ଲୀରେ ଥିବା ରୋହିଣି ଫରେନସିଂ ବିଜ୍ଞାନ ଲାବୋର୍ଟାରୀରୁ ଜେଲ୍ ନେଉଥିବା ସମୟରେ ଏହି ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ଏକ କାରରେ ୫ ଜଣ ଲୋକ ଆସିଥିଲେ । ଜେଲ ଭ୍ୟାନରୁ ବାହାରିବା ମାତ୍ରେ ସେ ନିଜ କାରକୁ ଏହି ଭ୍ୟାନ ଆଗରେ ରଖିଥିଲେ । ଭ୍ୟାନ୍ ଡ୍ରାଇଭର ଭ୍ୟାନ୍ କୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ । ତେବେ ଏହି ସମୟରେ ୫ ଜଣ କାରରୁ ଓହ୍ଲାଇ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ । ଦୁର୍ବତ୍ତମାନଙ୍କ ହାତରେ ଖଣ୍ଡା ଦେଖି ପୋଲିସ କର୍ମି ନିଜ ପ୍ରତି ଥିବା ବିପଦକୁ ଅନୁଭବ କରି ନିଜର ପିସ୍ତଲ ବାହାର କରିଥିଲେ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ସେମାନେ ଅଫତାବକୁ ନିରାପଦରେ ବାହାରକୁ ନେଇଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି । ପୋଲିସ ସମସ୍ତଙ୍କୁ ଅଟକ ରଖିଛି ଅଭିଯୁକ୍ତମାନେ ନିଜକୁ ଭବାନୀ ଏବଂ ଗୁରୁଗ୍ରାମରୁ କହୁଛନ୍ତି । ଏହି ମାମଲାରେ ପୋଲିସ ସେମାନଙ୍କୁ ହେପାଜତକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Get real time updates directly on you device, subscribe now.