fbpx

ଫାଟିଲା ଇନଭର୍ଟର, ଜଳିଲା ଘର: ଦୁର୍ଘଟଣାରେ ପିତାମାତାଙ୍କ ସହ ୨ ଭେଣ୍ଡିଆ ପୁଅଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରେମ ନଗରରେ ଅଗ୍ନିକାଣ୍ଡ ଯୋଗୁଁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ ଅବସ୍ଥିତ ଘରେ ଅଗ୍ନିକାଣ୍ଡ ହେତୁ ପରିବାରର ଚାରି ଜଣଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ ପ୍ରଥମେ ଘରେ ଲାଗିଥିବା ଇନଭର୍ଟରରେ ନିଆଁ ଲାଗିଯାଇଥିଲା, ପରେ ନିଆଁ ସୋଫାକୁ ପହଞ୍ଚିଥିଲା ଏବଂ କିଛି ସମୟ ମଧ୍ୟରେ ଧୂଆଁ ସାରା ଘରେ ବ୍ୟାପି ଯାଇଥିଲା ।

ଏହି ଦୁର୍ଘଟଣାରେ ଘର ଭିତରେ ରହୁଥିବା ସ୍ୱାମୀ, ସ୍ତ୍ରୀ ଏବଂ ଦୁଇ ଯୁବକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ସୂଚନାନୁସାରେ, ଅଗ୍ନିଶମ ସେବା ଦଳ ଚାରିଜଣ ଆହତ ସଦସ୍ୟଙ୍କୁ ନେଇ ଡାକ୍ତରଖାନାକୁ ନେଇଥିଲେ ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ସିଲିଣ୍ଡର ବିସ୍ଫୋରଣରୁ ନିଆଁ …
ଏହାପୂର୍ବରୁ ଜୁନ୍ ୨୪ ରେ ଦିଲ୍ଲୀର ଉତ୍ତର ନାଗରରେ ସିଲିଣ୍ଡର ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ମାମଲା ସାମ୍ନାକୁ ଆସିଥିଲା । ଚାରି ମହଲା ବିଶିଷ୍ଟ କୋଠରୀରେ ହଠାତ୍ ନିଆଁ ଲାଗିଯିବା ପରେ ଏହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଦ୍ୱିତୀୟ ମହଲାରେ ଏକ ବଡ଼ ଧରଣର ବିସ୍ଫୋରଣ ଓ ନିଆଁ ଲାଗିଥିବା କୁହାଯାଉଛି । କିଛି ସମୟ ମଧ୍ୟରେ ନିଆଁ ବଢ଼ିଗଲା ଏବଂ ନିଆଁ ଦ୍ୱିତୀୟ ମହଲାରୁ ତୃତୀୟ ଏବଂ ଚତୁର୍ଥ ମହଲାରେ ପହଞ୍ଚିବା ଆରମ୍ଭ କରିଥିଲା ।

Get real time updates directly on you device, subscribe now.