fbpx

ରାମଲୀଳା ମଞ୍ଚରେ ଶୋଇଥିଲା ‘କୁମ୍ଭକର୍ଣ୍ଣ’, ରାବଣ ଉଠାଇବା ପରେ ବି ଉଠିନଥିଲା : ଚରିତ୍ରରେ ସବୁଦିନ ପାଇଁ ଶୋଇଗଲେ କଳାକାର

ନୂଆଦିଲ୍ଲୀ: ଦଶହରା ଅବସରରେ ଅନେକ ସ୍ଥାନରେ ରାମଲୀଳା ଆୟୋଜିତ ହେଉଛି । ଏହାରି ମଧ୍ୟରେ ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ଓ ଚିରାଗ ଦିଲ୍ଲୀରେ ଆୟୋଜିତ ରାମଲୀଳାରେ ଏକ ଦୁଃଖଦ ଘଟଣା ଘଟିଯାଇଛି | ବାସ୍ତବରେ ଏଠାରେ ରାମଲୀଳାରେ କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କର ଶୁକ୍ରବାର ରାତିରେ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କ ସ୍ଥାନରେ ଅନ୍ୟ ଜଣେ କଳାକାର ଶନିବାର ଦିନ କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

ସୂଚନା ଅନୁଯାୟୀ, ମୁମ୍ବାଇର ବାସିନ୍ଦା ୬୦ ବର୍ଷୀୟ ବିକ୍ରମ ତାନେଜା ଗତ କିଛି ବର୍ଷ ଧରି ଏହି ଅନୁଷ୍ଠାନ ସହ ଜଡିତ ଥିଲେ। ସେ ପ୍ରତିବର୍ଷ କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ କରୁଥିଲେ। ଶୁକ୍ରବାର ଦିନ ନିଜ ଅଭିନୟ ସାରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା। ସେ ଚେତାଶୂନ୍ୟ ହୋଇଗଲେ। ତାଙ୍କ ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। କିଛି ସମୟ ଏଠାରେ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ହୃଦ୍ଘାତ ଯୋଗୁଁ ବିକ୍ରମଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ଏ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା ।

ପୁଲିସ ମୃତକଙ୍କ ସମ୍ପର୍କୀୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଉଲ୍ଲେଖ ଥାଉ କି ସପ୍ତାହକ ମଧ୍ୟରେ ହୃଦଘାତରେ କଳାକାରଙ୍କର ମୃତ୍ୟୁ ଦ୍ଵିତୀୟ ଘଟଣା | ଗତ ୬ ତାରିଖରେ ଦିଲ୍ଲୀର ଶାହଦରାଠାରେ ରାମଲୀଳା ମଞ୍ଚସ୍ଥ ହୋଇଥିଲା। ରାମଲୀଳାରେ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାର ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କଳାକାର ସୁଶୀଲ କୌଶିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଆନନ୍ଦ ବିହାର ନିକଟସ୍ଥ କୈଳାଶ ଦୀପକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ସୁଶୀଲ କୌଶିକ (୪୫) ବୋଲି ଜଣାପଡ଼ିଥିଲା ।

Get real time updates directly on you device, subscribe now.