fbpx

ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଘରେ ପହଞ୍ଚିବାରୁ ଜୋରଦାର ସ୍ଵାଗତ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଶାହରୁଖ ପଠାନ ଜେଲରୁ ମୁକୁଳିବା ପରେ ତାଙ୍କୁ ଜୋରଦାର ସ୍ଵାଗତ କରାଯାଇଛି। ଏହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଶାହରୁଖ ପଠାନଙ୍କ ସମର୍ଥକ ଭିଡରେ ନାରା ଦେଉଥିବା ଦେଖିବାକୁ ମିଳିଛି। ପୋଲିସ ସୁରକ୍ଷାରେ ଚାଲି ଚାଲି ଆସୁଥିବା ଶାହରୁଖ ମଧ୍ୟ ହାତ ହଲାଇ ଲୋକଙ୍କ ଅଭିବାଦନ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ପ୍ରଦର୍ଶନ ସମୟରେ ଦଙ୍ଗା ଉସୁକାଇବା ଏବଂ ପୋଲିସକର୍ମୀଙ୍କ ଉପରକୁ ଗୁଳି ଚଳାଇ ଭୟଭୀତ କରିବା ଆଦି ଅପରାଧରେ ଶାହରୁଖକୁ ଜେଲ୍ ଦଣ୍ଡ ମିଳିଛି। ମେ ୨୩ରେ ପଠାନକୁ ୪ ଘଣ୍ଟାର ପାରୋଲ ଦିଆଯାଇଥିଲା। ସେ ଘରେ ପହଞ୍ଚିବା ସମୟରେ ତାଙ୍କୁ ଜୋରଦାର ସ୍ଵାଗତ କରାଯାଇଛି।

 

ଏହି ସମୟରେ ଗଳିକନ୍ଦି ଏବଂ ନିଜ ଛାତ ଉପରେ ଛିଡା ହୋଇଥିବା ଶତାଧିକ ଲୋକ ଶାହରୁଖ ପଠାନ ଜିନ୍ଦାବାଦର ନାରା ଦେଇଛନ୍ତି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଦିଲ୍ଲୀ ପୋଲିସ ଏହି ଭାଇରାଲ୍ ଭିଡିଓ ନେଇ ସୂଚନା ଦେଇଛି। ଶାହରୁଖକୁ ନିଜ ଅସୁସ୍ଥ ପିତାଙ୍କ ଭେଟିବା ପାଇଁ ପାରୋଲ ଦିଆଯାଇଥିଲା।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନର ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ପରେ ୨୦୨୦ ଫେବୃଆରୀ ୨୪ରେ ଉତ୍ତର-ପୂର୍ବ ଦିଲ୍ଲୀର ଅନେକ ଅଞ୍ଚଳରେ ସାଂପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାରେ ଅତି କମରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏପରିକି ସରକାରୀ ଏବଂ ଘରୋଇ ସଂପତ୍ତି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।

Get real time updates directly on you device, subscribe now.